STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ହୋଲି ରଙ୍ଗ

ହୋଲି ରଙ୍ଗ

1 min
7


କିଏ ଏତେ ରଙ୍ଗ ଦେଲା ଚଢେଇରେ ତତେ

କିଏ ତତେ କଣ୍ଠ ଦେଲା ଗାଉ ଗୀତ ଏତେ 

କିଏ ସେହି ଯାଦୁଗର ବିସ୍ମୟ ଠାକୁର ସତେ

ଚୋରା ଚଇତାଳି ପୁଣି ଗୁଳୁଗୁଳି କେତେ

ଏତେ ରଙ୍ଗ ଭରିଦେଇ ଯାଦୁ କଲ ଯେତେ

ରଙ୍ଗରେ ଭିଜି ଭିଜି ଋତୁ ଆସେ ପରସ୍ତେ

ବର୍ଷାର ରଙ୍ଗରେ ଶୀତର ସାଙ୍ଗରେ ବସନ୍ତେ

ଫଗୁଣରେ ହୋଲି ରଙ୍ଗ ନାଲି ଖିଲି ଖିଲି ଛତ୍ରେ

ରଙ୍ଗର ପସରା ବୁଣି ସୁରୁଜ ଦେଖାନ୍ତି ଠାଣି ମସ୍ତେ

ରଙ୍ଗ ବିନା କିଛି ନାହିଁ ରଙ୍ଗରେ ଜୀବନ ଛାଇ ସତେ

ମଳୟ ସ୍ପର୍ଶରେ ଫଗୁଣ ଲେଖେ ପତର ପତ୍ରେ

ଚୋରା ଚଇତାଳି ଢଳି କହେ ଫୁଲେଇ ତୁ କେତେ

ଜହ୍ନ ଯଦି ଆସିବନି ଅମାବାସ୍ୟା ଆଣିଦେବ ଅନ୍ଧାର ପରସ୍ତେ

ସେ ଅନ୍ଧାର ରଙ୍ଗ ମାଖି ହସୁଥାନ୍ତି ଚକାଆଖିଯେତେ

ରଙ୍ଗ ଅଧର ତାଙ୍କର ଶ୍ରୀମୁଖ ଏତେ ସୁନ୍ଦର ସତେ

କଳାପକ୍ଷୀ ଚକାଆଖି ମୃଦୁ ହସି ଭକ୍ତି ନିଶାଗ୍ରସ୍ତେ

ପାପ ସବୁ ଧୋଇ ନେଇ ପୁଣ୍ୟ ଢାଳାନ୍ତି ଜଗତେ

ହୋଲି ରଙ୍ଗ କାହା ପାଇଁ ପ୍ରେମ ପୁଣ୍ୟ ଆଣେଆସ୍ତେ

ହୋଲି ଖେଳି ରଙ୍ଗେ ଧୂଳି ଓଦା ହୁଏ ରାସ୍ତେ

ଫଗୁଣ ଆଣିଛି ହୋଲି କୋଇଲି କହୁଛି ଖୋଲି ବସ୍ତେ

ହୋଲି ରଙ୍ଗ ନାଲି କରେ ମତୁଆଲି ରିସ୍ତେ

ରଙ୍ଗ ବିନା ଜୀବନରେ ଧୁ ଧୁ ମରୀଚିକା ପ୍ରତି ହପ୍ତେ

ରଙ୍ଗ ମାଖି ପିଚିକାରୀ ମାରି ହୋରି ଜୀବନ ଥିବା ପର୍ଯ୍ୟନ୍ତେ

 ଖୁସି ରଙ୍ଗ ଲେସି ଦେବା ହସି ଭୁଲି ଜାତିଗୋତ୍ରେ

ରଙ୍ଗ ସମାହାରେ ଏ ଜୀବନ ଯାତ୍ରା ପଥେ

ରଙ୍ଗ ମାଖି କିଏ କରେ ଅଭିନୟ କେତେ

ହୋଲି ଏକ ବାସ୍ତବ ପ୍ରେମ ଚିତ୍ର ଯିଏ ଯାହା କହୁ ଯେତେ ।


Rate this content
Log in

Similar oriya poem from Abstract