STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ମୋନାଲିସା

ମୋନାଲିସା

1 min
7


କିଏ କିଏ ଏବେ କହିଲେଣି 

ଏକ ପ୍ରେମିକା, ଲିଓନାର୍ଡଙ୍କର 

ବା ଗଣିକା ଶୟନ ବେଳାର 

ବଧୂ ନୁହେଁ ବନ୍ଧୁ କେହି ଚିତ୍ରକରଙ୍କର 

ହୁଏତ ଅଦେଖା ନାୟିକା ତାଙ୍କର 

ଛାତିରେ ଥିବା ଦରଜ ତୁଳିରେ 

ଆଙ୍କି ହୋଇଗଲା ଅଜଣାତେ 

ହେଲାନି ପରତେ ଯେ ସେ ଗୋଟେ ଚିତ୍ରହାର 

ବରଂ ଆଖିରେ ଅନେକ ପ୍ରଶ୍ନବାଚୀ ନେଇ 

କପାଳରେ ଭାଗ୍ୟର ରେଖା ଟାଣି ଦେଇ 

ଓଠରେ ପଦ୍ମ ଫୁଲର ହସ 

ଚାହାଣୀରେ ଅନେକ ଶୋଷ 

ତଥାପି ମାନେ କଣ ସେ ହସ 

ଏଯାଏଁ ଅସମାହିତ ଅବଶୋଷ 

ଏକ ପ୍ରଶ୍ନବାଚୀ ହୋଇ ଥିଲାବେଳେ 

ପ୍ରେମିକା ହୋଇଥିଲେ ସ୍ବପ୍ନଭରା ଉପହାସ 

ନାୟିକା ଶ୍ରାବାଣୀର ହସ ଚନ୍ଦ୍ରହାସ 

ଗଣିକାର ବେଶ ପାରିପାଟୀ ହସର ପ୍ରକାଶ 

ହୁଏତ ଏମିତି ବି ହୋଇପାରେ 

ପ୍ରେମିକାରୁ ପତ୍ନୀ ହେଲାପରେ 

ମଖମଲ୍ଲୀ ସ୍ମିତ ହାସ୍ୟ 

ହୁଏତ ନାୟିକାରୁ ପ୍ରେମିକା ପରେ 

ସୌଭାଗ୍ୟ ପାଇଁ ଶୋଷ 

ଗଣିକା ହୋଇଥିଲେ ଚେତାବନୀ 

ରେ ରେ ଅମଣିଷ ମଣିଷ 

ପଥହରା ହେଲେ ନାରୀର ଓଠରେ 

ଅଙ୍ଗୁଳି ନିର୍ଦେଶ ।


Rate this content
Log in

Similar oriya poem from Abstract