STORYMIRROR

Sunanda Mohanty

Action Thriller Others

4  

Sunanda Mohanty

Action Thriller Others

ଏମିତି ହୁଅନ୍ତାନି

ଏମିତି ହୁଅନ୍ତାନି

1 min
8


ପ୍ରେମ ସଞ୍ଜିବନୀ ଢାଳି 

ଉଠ ପିତାମହ ଭୀଷ୍ମ ମାରି ତାଳି 

ଦ୍ରୌପଦୀଙ୍କୁ କୁରୁସଭାକୁ ନନିଅ କେହି 

ଭାଇ ଭାଇ ଭିତରେ ଏତେ କଳି 

କଳି ଯୁଗେ ସିନା ଉଠା ଥାଳି ମାର ତାଳି 

ରାମ ବନବାସେ ସୀତାଙ୍କ ଆଖି ମାୟା ବୋଳି 

ହରିଣୀ ପଛରେ ରାମ ରାବଣ ନେଲା ବାଳି 

ଜଟାୟୁମାନେ ଏବେବି ଅଛନ୍ତି 

ପ୍ରେମ ବୁଣିବାକୁ ସଞ୍ଜିବନୀ ଚାରା ପୋତି 

ଭାଇଚାରା ଫଳିବାକୁ 

ଅପେକ୍ଷା କରିବାକୁ ଲୋଡ଼ା ଯେଉଁ ଧର୍ଯ୍ୟ 

ନାରୀର ଅଶ୍ରୁ ପୁରୁଷର ବଳ ବୀର୍ଯ୍ୟ 

ନାରୀକୁ ପୁଣି କରିପାରେ ଅହଲ୍ୟା ସୀତା 

ସାବିତ୍ରୀ ଦ୍ରୌପଦୀ ଗଙ୍ଗା ମାତା 

ପୁରୁଷ ହେଉ ଶତ୍ରୁହନ୍ତା 

କିଛି ଦେବି ନାହିଁ ନୁହେଁ କିଛି ନେବି ନାହିଁ ବାର୍ତ୍ତା 

ନଥିବ ଯୁଦ୍ଧ ଘନଘଟା 

ଶିଶୁର କ୍ରନ୍ଦନ ଧ୍ୱନି ବନ୍ଦ ହୋଇଯାଉ 

ନାରୀର କ୍ରନ୍ଦନ ଧ୍ୱନି ଲଙ୍କାକୁ ନଯାଉ 

ପୁରୁଷର ଶିରୀ ହାତଶିରୀ ନହୋଇ 

ହୃଦୟ ଭିତରେ ମୃଦୁ ମଳୟ ବହୁଥାଉ 

ପ୍ରେମ ସଞ୍ଜିବନୀ କଲମୀ ହୋଇ 

ରାମରାଜ୍ୟ ଆସୁ ଆଉ ନଯାଉ 

ସୀତା ମାତା ଟିକେ ଅଶ୍ରୁ ପୋଛି ଶାନ୍ତି ପାଉ ।।


Rate this content
Log in

Similar oriya poem from Action