STORYMIRROR

Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ପ୍ରତିକାର

ପ୍ରତିକାର

1 min
7

 


ଖରାର ତେଜ ପ୍ରଖର ଆଜ 

ଗଛ ଲଗେଇବାକୁ ହେଜ 

ମରୁଭୂମି ଶେଜ ପାଣି ମୁନ୍ଦେ ଖୋଜ 

ତୃଷା ମେଣ୍ଟିବା ନୁହେଁ ସହଜ 

ଗୋଡି ମାଟି ବାଲି ସିମେଣ୍ଟ ସଜ 

ଗଛପତ୍ର ନାହିଁ ସୂର୍ଯ୍ୟ କରନ୍ତି ମଉଜ 

ଶାସନ ଚଳିବନି ଆର୍ଯ୍ୟ ଡ୍ରାବିଡ ମୌର୍ଯ୍ୟ 

ଖରାରେ ଟୋପେ ପାଣି ପାଉନି ବଣି କି ବାଜ 

କୁକୁର ବିଲେଇ ଗାଇ ବଳଦ ବଞ୍ଚିବା ଅସହଜ 

ଶୁଖା ଖଡ଼ ଖଡ଼ ଛାତି ଧଡ଼ପଦ ଡିଜେର ରାଜ 

ଗଛ ଲଗାଇ ସନ୍ତୁଳିତ ପରିବେଶକୁ ହେଜ 

ବର୍ଷା ଆସୁନାହିଁ ଶୀତ ହେଉନାହିଁ କି ଖରା 

ଗରମ ଶେଜର ଜଳନ୍ତା ଗମ୍ବୁଜ 

ନେଳି ସବୁଜ ପତ୍ର ଦିଶୁନି ଛାଇ ଟିକେ ମିଳୁନି 

ଅଂଶୁଘାତ କୋକେଇ ସଜ 

ବନସ୍ତେ ଡାକୁଛି ଘଟ ଛାଡିବ ଗଜରାଜ 

ଜଳ ବିହୁନେ ଗାଁ ସହରେ ପଶୁଙ୍କ ରାଜ 

ମଣିଷ ମଣିଷପଣିଆ ଭୁଲି ହେଉଛି ସଜ 

ପଶୁ ସହ ପଶୁ ହେବ କାଲି କି ଆଜ

ଆପେ ବଞ୍ଚିଲେ ବାପାଙ୍କ ନାମ କହେ ପଖଉଜ 

ସର୍ବେ ଭବନ୍ତୁ ସୁଖିନଃ ପ୍ରତିକାର ଖୋଜ

ସବୁ ରଙ୍ଗ ଗଲେଣି ନେଇ ଋତୁ ଓ ଋତୁରାଜ 

ପନିପରିବା ଶାଗ ଭୁଲି ରଙ୍ଗ ସବୁଜ 

ଘାସ ବି ଆଜିକାଲି ଦିଶୁନି ନେଳି ଆଖିକୁ 

ଜାତୀୟ ପତାକାରେ ସବାତଳେ ଖୋଜ 

ଦିଶୁନାହିଁ କାହିଁ ଗଲା ସବୁଜ 

ପାଣି ଛାଟି ମୁଠେ ମାଟିର ନାହିଁ ଗରଜ 

 ଗଛ ଲଗାଇ ପାଇବା ସହଜ ରଙ୍ଗ ସବୁଜ 

ପାଣି ମୁନ୍ଦେ ମିଳୁ ତୃଷା ଯାଉ କୁହନ୍ତୁ ସୁରୁଜ 

ସାତରଙ୍ଗ ମୁରୁଜରୁ କାଢ଼ି ରଙ୍ଗ ସବୁଜ ।


Rate this content
Log in

Similar oriya poem from Classics