କେତେ ରଙ୍ଗ ଦେଇଛି ସେ
କେତେ ରଙ୍ଗ ଦେଇଛି ସେ
ଏଠି ସେଠି ପଡିରହିଥିବା ଅନେକ କିଛି
ଅଳିଆ ବୋଲାଉଥିବା କିଛିରୁ
ଯେ ସୃଷ୍ଟି କରେ ଭଳି ଭଳି କ୍ରାଫ୍ଟ
ପୁରା ନରମ ଓ ସଫ୍ଟ
ସେଇ ନିଶ୍ଚୟ ସ୍ରଷ୍ଟା
ଏମିତି ବି କଳାକାର କେତେ
କବିତା ସୃଷ୍ଟି ହୁଏ ରଦ୍ଦି କାଗଜ ଫର୍ଦରେ
ଚିତ୍ର ଝୋଟି ମାଟି କାନ୍ଥରେ
ମାଟିରୁ ଜାତି ଜାତି ସଶ୍ୟ
ଗଜଲ ଗାଏ ପୁନେଇଁ ହଉ କି ଉଆଁସ
ଦର୍ଜୀ ବଢ଼େଇ କୁମ୍ଭାକାର ସଭିଏଁ ଅଣାକାର
ହେଲେ ସେମାନଙ୍କୁ ଗଢ଼ିଛି ଯିଏ
ତାଙ୍କ ହସ୍ତେ ଐଶ୍ଵର୍ଗିକ କଳା ଦେଇଛି କିଏ
ସେ କିଏ କେଉଁଠି ରୁହେ
ଆରାଧ୍ୟ୍ୟ ନିଶ୍ଚୟ ସିଏ
ଖାଲିଆଖିରେ ଦେଖାଯାଇନା ଛୁଇଁହୁଏନା
ପବନ ଆଲୋକ ପରି ନିଶ୍ୱାସ ପ୍ରଶ୍ୱାସ ଭରି
ଜଗନ୍ନାଥ ବୋଲାଇ ଅବଢ଼ା ପରଷଇ
ମୁଠେ କୈବଲ୍ୟ ଦେଇ
ଲୀଳା ଖେଳା କରୁଥାଏ ଚକାଡୋଳା
କେତେ ରଙ୍ଗ ହାତେ ଧରାଇଦେଇ
କିଏ କହେ ହୋଲି ଆସିଛି ଭାଇଚାରା ନେଇ ।