STORYMIRROR

Debadatta Jena

Abstract Romance Thriller

4  

Debadatta Jena

Abstract Romance Thriller

ପୁନେଇଁ ଜହ୍ନ..

ପୁନେଇଁ ଜହ୍ନ..

2 mins
391


ଜହ୍ନରେ ତତେ ପୁନେଇଁ ରାଣ,ଏ ଆକାଶେ ହସୁଥା, 


ତୋ କଅଁଳ ମନ, ତୁ ସରଗ ଜହ୍ନ, 


ପୁନେଇଁ ତିଥି,ତୋ ଚାନ୍ଦିନୀ ରାତି, 


ଏ ଅଗଣାରେ ତୋଫା ଜହ୍ନ, ସେ ସପନ ହେଇ ଆ, 


ତୁ ସୁନାର ଜହ୍ନ,ମୋ ରୁପାର ଜହ୍ନ, 


ମୋତି ମାଣିକ,ଲାଗୁ ଅମୁଲ ମୂଲ, 


ମୋ ସପନ ଜହ୍ନ ତୁ ରେ ଜୋଛନା ଢ଼ାଳୁ ଥା, 


ତୁ ସରାଗେ ଆସୁ ଥା, ତୋ ପରାଗ ବୁଣୁ ଥା, 


ଜହ୍ନରେ ତତେ ପୁନେଇଁ ରାଣ..!


ଜହ୍ନରେ ତତେ କୁଆଁରୀ ରାଣ ତୁ ମରମେ ଆସୁ ଥା, 


ତୋ ବହଳ ରଂଗ, ତୁ ଅଭୂଲା ମନ, 


ତୋ ଛନକା ଛାତି, ତୁ ତରକା ଅତି, 


ଏ ମନ ତଳେ ଛୋଟ ଘର, ସେ ସରମେ ଆସୁ ଥା, 


ଜହ୍ନରେ ତତେ ପୁନେଇଁ ରାଣ..!


ତୁ ରୁପସୀ ଜହ୍ନ,ମନ ମାନସୀ ଜହ୍ନ 


ଲକ୍ଷେ ହୀରା ବି ତୋ'ନୁହେଁ ସମାନ, 


ମୋ ଆକାଶେ ଇନ୍ଦ୍ରଧନୁ ତୁ ରଂଗ ବୋଳୁ ଥା, 


ମୋ ମନରେ ରହି ଯା,ତୁ ସୁହାଗ ଭରୁ ଥା, 


ଜହ୍ନରେ ତତେ ପୁନେଇଁ ରାଣ..! 




ଜହ୍ନରେ ତତେ କଇଁର ରାଣ,ତୁ ହୃଦୟେ ଫୁଟି ଯା, 


ତୋ ଅବୁଝା ମନ, ତୋ'ସାତ ସପନ 


ତୋ ନିଦ ପାହାନ୍ତି,ତୋ ଅସରା ରାତି 


ହସିଦେଇ ତୁ ଆଉ ନ ଯା,ନ ଯା, ନ ଯା, 


ମୋ ଛାତିରେ ରହି ଯା, ହୃଦୟେ ଲୋଟୁ ଥା, 


ଜହ୍ନରେ ତତେ ପୁନେଇଁ ରାଣ..!


ତୋ ରୂପ ଯେମିତି, ରଂଗ ସେମିତି 


ତୋ ହସରେ ଖୁସି,ତୁ ସରଗ ଶଶୀ 


ଏ ଆକାଶ ସରସୀରେ ତୁ ଫୁଲ, 


ମୁଁ ତୋ'ବାସ୍ନା,ବାସ୍ନା, ବାସ୍ନା.. 


ମୋ ମରମେ ରହି ଯା, ତୋ ପୁଲକ ଆଣୁ ଥା, 


ଜହ୍ନରେ ତତେ ପୁନେଇଁ ରାଣ..!


ସ୍ୱପ୍ନରେ ତତେ ରାତିର ରାଣ,ମୋ ନିଦରେ ଆସୁ ଥା, 


ଏଇ ପୁନେଇଁ ଜହ୍ନ,ମୋର ହଜୁଚି ମନ, 


ତୋ ହସରେ ଜହ୍ନ,ତୋ ଲାଜରେ ଜହ୍ନ, 


ତୋ ଦେହରେ ରଂଗ ମାଖି, ଜହ୍ନି ଫୁଲରେ ହସୁ ଥା, 


ଟିକେ ଖୁସି ତୁ ବାଣ୍ଟୁ ଥା, ମହକ ଦେଉ ଥା, 


ଜହ୍ନରେ ତତେ ପୁନେଇଁ ରାଣ..!




ଜହ୍ନରେ ତତେ ପୁନେଇଁ ରାଣ, ମୋ ପାଖେ ଆସୁ ଥା, 


ତୁ ସରଗ ରାଣୀ, ତୁ ଜାଣି ସିଆଣୀ, 


ରୂପର ଠାଣି, ଫୁଲ ବଉଳ ବେଣୀ, 


ମୋ ମନର ରୁପା ଜହ୍ନ, ନ ହସିଲେ ସବୁ ଚୁନା, 


ଚୁନା, ଚୁନା, ତୁ ମୋ ରୁପା ଆଇନା, 


ଫୁଲ କୁମାରୀ, ମନ ମୟୂରୀ, 


ରୂପ ଝଟକି, ତୁ ସ୍ବପ୍ନ ସୁନ୍ଦରୀ, 


ଏ ମନର ମାନସୀ ମୋ ,ଫୁଲ ହେଲେ ଫଲ୍ଗୁ ବର୍ଷା, 


ତୁ ନ ଥିଲେ ଲାଗେ, ଫିକା ଫିକା, ଫିକା, 


ମୋ ଜୀବନେ ବର୍ଷି ଯା,ମୋ ଦେହରେ ଲାଖି ଯା, 


ଜହ୍ନରେ ତତେ ପୁନେଇଁ ରାଣ..!


      ଇନ୍ଦ୍ରଧନୁର ରଂଗ..🌷





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract