ଏମିତି ହୁଅନ୍ତା କି
ଏମିତି ହୁଅନ୍ତା କି
ବରଷି ଯାଆନ୍ତା ଛମ ଛମ ହୋଇ
ନୂଆ ମେଘ ସୁର ତାଳେ
ଛନ ଛନ ହୋଇ କୁଞ୍ଜବନ ଲତା
ଦିଶନ୍ତେ ଶୋଭା ସୁନ୍ଦରେ ।
ସବୁଜ ଶ୍ୟାମଳ ହୁଅନ୍ତା ଜୀବନ
ସ୍ୱଚ୍ଛନ୍ଦ ପରମାନନ୍ଦ
ଉକୁଟି ଦିଶନ୍ତା ମନ ଆକାଶରେ
ଇନ୍ଦ୍ରଧନୁ ସପ୍ତରଙ୍ଗ ।
ପୂରି ଉଠୁଥାନ୍ତା ଅମୃତ ମଙ୍ଗଳେ
ସ୍ନେହ ପ୍ରେମ ସୁଧା ମଧୁ
ଆନନ୍ଦ ଉଲ୍ଲାସେ ପୁଲକି ଉଠନ୍ତା
ପ୍ରତି ପ୍ରାଣ ରୂପୀ ବିନ୍ଦୁ ।
ସଞ୍ଚରି ଯାଆନ୍ତା ସୁଧା ପଞ୍ଚାମୃତ
ଭୂଗୋଲୋକେ ସୁସଂସ୍କାର
ପବିତ୍ର ଗୋମୟେ ଉନ୍ମେଷି ଉଠନ୍ତା
ବୀଜମନ୍ତ୍ର ଓମ୍ କାର।
ଏମିତି ହୁଅନ୍ତା ଗୋବିନ୍ଦଙ୍କ ଇଚ୍ଛା
ଭୁଲି ସର୍ବେ ଭେଦଭାବ
ଭଜନ୍ତୁ ଗୋବିନ୍ଦ ଶ୍ରୀ ପଦାରବିନ୍ଦ
ଜୟ ଜୀବନର ଜୟ ।
