Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Fantasy Inspirational Others

4  

Bharatabandhu Biswal

Fantasy Inspirational Others

ଈଶ୍ୱରଙ୍କୁ ଚିଠି-୨

ଈଶ୍ୱରଙ୍କୁ ଚିଠି-୨

1 min
197



ଭାବ କଲମରେ ସୁମନ ସ୍ୟାହିରେ

ଲେଖୁଛି ଇଶ୍ୱର ଚିଠି

ଆକାଶେ ବତାଶେ ଧରାରେ ସାଗରେ

ପଢିବ ଥାଅ ଯେଉଁଠି ।


ତୁମ ପାଦପଦ୍ମେ କୋଟି ନମସ୍କାର

ଦେଇଛ ମାନବ ଜନ୍ମ

ତୁମରି ପ୍ରସାଦୁ ଜୀଉଛି ଜୀବନ

ଧ୍ୟାୟୀ ତୁମ ଶୁଭ ନାମ ।


ଯାହା ମୁଁ ଦେଖୁଛି ଯାହା ମୁଁ ଶୁଣୁଛି

କରୁଛି କର୍ତ୍ତବ୍ୟ କର୍ମ

କରୁଣା କର ହେ ଜଗତର ନାଥ

ହେଉ ସୃଷ୍ଟିର କଲ୍ୟାଣ ।


କାମ କ୍ରୋଧ ଲୋଭ ହିଂସା ଅହଙ୍କାର

ଦ୍ୱେଷ କାଳକୂଟ ବିଷ

ହେଉ ବିଘଟିତ ପ୍ରଭୁ ନୀଳକଣ୍ଠ

କ୍ଷରୁ ଅମୃତ ନିର୍ଯ୍ୟାସ ।


ସବୁଜ ସୁନ୍ଦର ପ୍ରକୃତି କୋଳରେ

ବିକଶୁ ସୁମନ ପ୍ରାଣ

ଉଦ୍ଭାସୁ ବିଶ୍ୱାସ ଶାନ୍ତି ଶତଦଳ

ସୁସମ୍ପର୍କ ସ୍ନେହ ପ୍ରେମ ।


ନିଖିଳ ପରାଣେ ଭରିଦିଅ ପ୍ରଭୁ

ଭାବ ଭକ୍ତି ସୁମଧୁର

ପ୍ରାପ୍ତ ହେଉ ସର୍ବେ ସୁଲଭରେ ଜ୍ଞାନ

ଦୂର ହେଉ ଅନ୍ଧକାର ।


ତୁମେ ମହାପ୍ରଭୁ ଜଗତ କରତା

ଧର୍ମ କର୍ମ ବିଧାୟକ

ଦିଅ ସଦବୁଦ୍ଧି କରୁଛି ମିନତି

ନାଶ କ୍ଳେଶ ଦୁଃଖ କଷ୍ଟ ।


ପତ୍ର ମାଧ୍ୟମରେ ଭାବ ସମ୍ବେଦନା

ଜୀବନ ପ୍ରତିବେଦନ

ଈତିହୀନ ଭକ୍ତି ନାମ ହୀନ ସ୍ତୁତି

କରିବ ପ୍ରଭୁ ଗ୍ରହଣ ।


Rate this content
Log in

Similar oriya poem from Fantasy