STORYMIRROR

RUNALAILA MOHANTA

Fantasy Others Children

4  

RUNALAILA MOHANTA

Fantasy Others Children

ମୁଁ ସେ ରାଇଜର ରାଜକୁମାରୀ

ମୁଁ ସେ ରାଇଜର ରାଜକୁମାରୀ

1 min
217


ମନହୁଏ ଏମିତି ଯାଇଥାନ୍ତି ସେଇଠି

ନା ଥିବ କଳହ ନା କେହି ହେଉଥିବେ ଘାଣ୍ଟି

ଭରି ପଡିଥିବ ଖାଲି ଶାନ୍ତି ହିଁ ଶାନ୍ତି ।


ନା ଥିବେ ଜନ ନା ହେବ ଧନ ପାଇଁ ମନ

ଥିବ ଖାଲି ପ୍ରକୃତି, ତାର ସୌନ୍ଦର୍ଯ୍ୟକୁ ସାଉଁଟି

ହଜେଇ ଦେବି ମୋ ନିଜକୁ ସତ କହୁଛି ସେଇଠି ।


ଚାଲିବି ମୁଁ ଗଜ ସାଥେ

           ଧାଇଁବି ମୁଁ ହରିଣୀର ଦଳେ


ମୀନ ସାଥେ ଖେଳିବି କେତେ ଝରଣାରେ

      ମାଙ୍କଡ ସାଥେ ଡେଇଁବି କେତେ ଗଛର ଡାଳେ


ବିହଙ୍ଗ ମେଳେ ଉଡ଼ିଯିବି ମୁଁ ନୀଳ ଆକାଶରେ

       କୋଇଲି ସାଥେ ଗାଇଯିବି ଗୀତ ସାତ ସୁରେ


ନାଗ ସାଥେ ନାଚିବି କେତେ ପୂର୍ଣ୍ଣମୀ ରାତିରେ

      ମେଘ ଦେଖି ମୁଁ ଝୁମିବି କେତେ ମୟୁରୀ ସାଥେ


ପରଜାପତି ର ସାଥୀ ହୋଇ ଉଡ଼ି ବସିବି ସୁଗନ୍ଧ ଫୁଲରେ ସତେ

       ମହୁରାଣୀର ଝିଅ ହୋଇ ପିଇବି ମିଠା ମହୁ ମୁଁ ସତେ


ଘୋଡାରେ ବସି ମୁଁ ଛୁଟି ଯିବି ପବନ ସୁଅର ତାଳେ ତାଳେ

      ପଦ୍ମପୋଖରୀରେ ଯାଇ ପହଁରିବି ରାଜହଂସର ମେଳେ


ମାଧବୀ ଲତାର ଲୋଟିରେ ଝୁଲି ଛୁଇଁଯିବି ମୁଁ ନିର୍ମଳ ଗଗନ ସତେ

          ବାଘ ପିଠିରେ ବସି ବୁଲି ମୁଁ ଯିବି ବନେ ଉପବନେ


ଚମ୍ପା ଫୁଲରେ ମୁଁ ଯେ ଶିବ ପୂଜିବି ମନ ମୋ ହେବ ଯେତେ

    ବାଛୁରୀ ଛଳେ ଅମୃତ ପିଇବି ଶୋଷ ଯେବେ ହେବ ମୋତେ


ଶେଷ ହେବ ଯେବେ ସବୁ ଇଚ୍ଛା ମୋର 

    ରଙ୍ଗକୁ କହିବି ତୋ ରଙ୍ଗରେ ରଙ୍ଗେଇ ମିଶେଇ ଦେ ଇନ୍ଦ୍ରଧନୁରେ 

            ଶେଷ ନିଶ୍ବାସ ମୋର ।


  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy