STORYMIRROR

Sudam Charan Nayak

Fantasy

4  

Sudam Charan Nayak

Fantasy

ବାପାମାଆ ଛେଉଣ୍ଡ

ବାପାମାଆ ଛେଉଣ୍ଡ

1 min
234

ଜୀବନର ଅଙ୍କାବଙ୍କା ଚଲାପଥେ

   ଝୁଣ୍ଟି ପଡୁଅଛି

ଅସୁମାରୀ ଆଶା, ଉଦରର ଜ୍ୱାଳା ସହି ନ ପାରୁଛି

କହିବାକୁ ନାହାନ୍ତି କେହି ପଦିଏ ଆହା

ଆରପାରିରେ ରହୁଛନ୍ତି ମୋ ବାପା ମାଆ

କେମିତି ଖୋଲିବ ମୋ ତୁଣ୍ଡ

କାହାକୁ ଅବା କହିବି

ମୁଁ ପରା ବାପ ମା ଛେଉଣ୍ଡ ।


କଥାରେ କହନ୍ତି

ବାପଥିଲା ପୁଅ ସଭାରେ ହାରେନା

ମାଆଥିଲା ପୁଅ ଭୋକରେ ମରେନା,

ହେଲେ ମୁଁ

ହଜେଇ ଦେଇଛି ମୋ ଅତୀତକୁ

ଭୁଲି ଯାଇଛି ମୋ ମମତାର ବନ୍ଧନକୁ

ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି

   ହାତ ଧରିଥିଲି ଯାହାର

ପିତାମାତା ସ୍ନେହସମ କରିବ କି ଆଦର ?

ସ୍ୱାର୍ଥପର ଦୁନିଆରେ ସବୁକିଛି ମିଛ

ସଭିଏଁ ଏଠି ଭଣ୍ଡ,

ନିଜେ ନିଜକୁ ଧିକ୍କାର କରେ

ମୁଁ ପରା ବାପାମାଆ ଛେଉଣ୍ଡ ।


ପିତାମାତା ଦୁଇଜଣ ଯଦି ଆଜି ଥାଆନ୍ତେ

ଘର ଅଗଣାରେ ମାଙ୍କଡ଼ ଡେଇଁ ନ ପାରନ୍ତେ

ସରଗଠୁ ବଳି ପୂଣ୍ୟ ମୋ ଟିକି ସଂସାରେ

ଲକ୍ଷ୍ମୀ ନାରାୟଣ ବିଜେ ସତେ ଶ୍ରୀମନ୍ଦିରେ,

ଭାବନାରେ ଘୁରିଯାଏ

 ସଦା ମୋର ମୁଣ୍ଡ

ନିଜେ ନିଜକୁ ବୁଝାଏ

ମୁଁ ପରା ବାପାମାଆ ଛେଉଣ୍ଡ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy