ଶୂନ୍ୟତାର ସ୍ପର୍ଶ
ଶୂନ୍ୟତାର ସ୍ପର୍ଶ
ଚଢ଼େଇ କି' ଭୁଲିପାରେ ତା' ପ୍ରିୟ ଆକାଶ ,
ମହାଶୂନ୍ୟେ ଉଡ଼ିବାର ଉତ୍କଣ୍ଠାର ଶୋଷ ।
ଭାବେ ନାହିଁ କେତେଅଛି ସଞ୍ଚିତ ଆୟୁଷ,
ଅପୂର୍ବ ଆନନ୍ଦେ କରେ ଶୂନ୍ୟତାର ସ୍ପର୍ଶ ।
ମଧୁମୟ କାକଳି ରେ ବିଶ୍ୱାସକୁ ସିଞ୍ଚି,
ଉଡ଼ିବୁଲେ ମୁକ୍ତକା'ଶେ ପ୍ରେମରେଣୁ ବିଞ୍ଚି ।
ପ୍ରାଣ ପ୍ରିୟ ଜୀବନର ଅନ୍ବେଷଣେ ମଜ୍ଜି ,
ନାଟକର ଶେଷ ଅଙ୍କ ଯାଏଁ ଉଡ଼େ ଖୋଜି ।
ପକ୍ଷୀଟିଏ ସେ' ଯେ' ତା'ର ଉଡାଣ ସୀମିତ,
କ୍ଲାନ୍ତ ଗୋଧୂଳିରେ ଦିନେ ରହିବ ନିଶ୍ଚିତ ।
ଦୂର ଶୈଳ ସୂର୍ଯ୍ୟାସ୍ତରେ ତା' ଦୃଷ୍ଟି ନିବିଦ୍ଧ ,
ନୀଳକା'ଶେ ତଳେ ସେ' ଯେ' ତଥାପି ତୃଷିତ ।
ସୀମିତରେ ବିସ୍ତୃତର ନୂତନ ଉନ୍ମେଷ ,
ତୃଷ୍ଣା ତା'ର ଅମୃତର ବୈଭବର ସ୍ପର୍ଶ ।