STORYMIRROR

Prafulla Chandra Mishra

Fantasy

4  

Prafulla Chandra Mishra

Fantasy

କଦମ୍ବ କୁଞ୍ଜେରେ ଆଜି

କଦମ୍ବ କୁଞ୍ଜେରେ ଆଜି

1 min
172

କଦମ୍ବ ବନରେ ଆଜି    ଲାଗିଛି ଚହଳ

ଅଦୂରୁ ଶୁଭୁଛି ମଧୂ    ମୂରଲୀର ସ୍ଵର

ମୂରଲୀ ବଜାଏ ଯିଏ ତା ମଥାରେ ମୟୂର ଚୂଳ

ନାଚି ନାଚି ଆସେ ସିଏ ଦିଶୁଅଛି ବଡ଼ ସୁନ୍ଦର 

କଦମ୍ବ ବନରେ ଆଜି  ଲାଗିଛି ଚହଳ ।


କଦମ୍ବ କୁଞ୍ଜେରେ ରାଧିକା  ସଙ୍ଗେ ଯେତେ ଗୋପଗୋଇ

ପଡୁଛି ଆଲଟ ଚାମର   ଚନ୍ଦନ କୁଙ୍କୁମ ନେଇ

     କିଏ ଦେଉଛି ସଜାଇ

ମଳୟ ପବନ ସହିତ   କଦମ୍ବ ବାଶ ଛୁଟଇ

ଗୁଣୁ ଗୁଣୁ ଶବ୍ଦେ ଭ୍ରମର  ଉଡଇ ଅଧୀର ହୋଇ

    ସତେ କି ବୀଣା ବାଜଇ

ମନୋରମ ଦୃଶ୍ୟେ ମନରେ  ଆଣଇ ଆନନ୍ଦ ରୋଳ

  କଦମ୍ବ ବନରେ ଆଜି ଲାଗିଛି ଚହଳ ।


ଅତସୀ କୁସୁମ ଶ୍ୟାମ   ନବ ଦୁର୍ବାଦଳ

ରାଧାରାଣୀ କାନ୍ତି ଦିଶେ  କନକ ରୁଚିର

ବଦମ୍ଵ କୁଞ୍ଜରେ ମିଳନ ମେଘେ ବିଜୁଳି ପ୍ରକାର

ଯୁଗଳ ମିଳନ ଅପୂର୍ବ କାହିଁ ତାର ପଟାନ୍ତର

କଦମ୍ବ ବନରେ ଆଜି   ଲାଗିଛି ଚହଳ ।


ପ୍ରଥମ ମୌସୁମୀ ପ୍ରବେଶ  ଉଛୁଳି ଉଠଇ ଧରା

ଦାରୁଣ ନିଦାଘ ଅନ୍ତର   ପ୍ରିୟକ ଫୁଲ ପସରା

     କୁଞ୍ଜେ ରାଧା କୃଷ୍ଣ ପରା

ସୁର ଗଣ ଦେବ ଲୋକରେ  ଦେଖନ୍ତି ୟେ ପ୍ରେମ ଲୀଳା

ବିଦ୍ୟାଧର ନାଗ ଗନ୍ଧର୍ବ   ବିରଞ୍ଚି କୈଳାସେ ଭୋଳା

      ଦେଖି ହୁଅନ୍ତି ଉତଳା

ବର୍ଣ୍ଣିଲି ଯାହାର ଲୀଳା ମୁଁ  ସେ ରସ ରାସ ଶେଖର

   କଦମ୍ବ ବନରେ ଆଜି ଲାଗିଛି ଚହଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy