ବାପା
ବାପା
ବାପା,
ତୁମେ କ୍ଷମା
ତୁମେ ଶକ୍ତି
ତୁମେ ହିଁ ପୂଜା
ତୁମେ ମୋ ଭକ୍ତି ।
ବାପା,
ତୁମେ ଶିକ୍ଷା
ତୁମେ ଦିକ୍ଷା
ତୁମେ ହିଁ ପବିତ୍ର
ତୁମେ ମୋ ଆଦର୍ଶ ।
ବାପା,
ତୁମେ କର୍ମ
ତୁମେ ଧର୍ମ
ତୁମେ ହିଁ ବିଶ୍ବାସ
ତୁମେ ମୋ ଅଦମ୍ୟ ସାହସ ।
ବାପା,
ତୁମେ ଭାବ ଅଭାବର
ତୁମେ ଶାନ୍ତି ଅଶାନ୍ତିର
ତୁମେ ହିଁ ପ୍ରେମ ପ୍ରତାରଣାର
ତୁମେ ମୋ ଧୈର୍ଯ୍ୟ ଭଙ୍ଗିଳ ହୃଦୟର ।
ବାପା,
ତୁମେ ଶବ୍ଦ ଭାବନାର
ତୁମେ ସାନ୍ତ୍ଵନା ପ୍ରତି କଷ୍ଟର
ତୁମେ ହିଁ ବିଶ୍ଵଠୁ ବିଶାଳ
ତୁମେ ମୋ ପ୍ରଶ୍ନର ଉତ୍ତର ।
ବାପା,
ମୁଁ ଅସଫଳ ପ୍ରତିଥର
ତୁମକୁ ଲେଖିବା, ବୁଝିବା, ପଢ଼ିବାରେ
ତୁମେ ସକାଳ ସନ୍ଧ୍ୟା
ମୋ ମଧୁମୟ ଜୀବନରେ ।।
