STORYMIRROR

Sagar Kumar Parida

Fantasy

4  

Sagar Kumar Parida

Fantasy

ମୌସୁମୀ ପ୍ରିୟା

ମୌସୁମୀ ପ୍ରିୟା

1 min
213

ଆଗୋ ମଉସୁମୀ ତୁମ ପଥ ଚାହିଁ

     ବସିଅଛୁ ଖରାଦିନୁ

ସିଝାଇ ଚାଲିଛି   ଉତ୍ତପ୍ତ ନିଦାଘ

    ତୁମେ ଚାଲିଗଲା ଦିନୁ ।।

ତୁମ ଶୀତଳତା   ପରଶକୁ ପାଇ 

    ଆନନ୍ଦିତା ମା ଧରଣୀ

ଟାଙ୍ଗରା ଭୂଇଁରେ   ତୁମ ବାରିଧାରା 

    ବାସ୍ନା ମନ ମୋହିଲାଣି ।।

ଆଦ୍ୟ ଆଷାଢ଼ରେ   ତୁମ ଆଗମନ

    ଧରାର ମଙ୍ଗଳପାଇଁ,

ସବୁଜିମାମୟ    ଦିଶେ ଏହି ଧରା

    ଜଳକଷ୍ଟ ଦୂର ହୋଇ ।।

ଅନ୍ନଦାତାକୁଳ    ଆନନ୍ଦେ ଅଧୀର

    ଦେଖି କ୍ଷେତ ସବୁଜିମା

ବରଷଯାକର   ଖାଦ୍ୟ ଚିନ୍ତା ତାଙ୍କ

     ରହିବନି ଆଉ ଜମା ।।

ମୟୂର ମୟୂରୀ   ନୃତ୍ୟେ ରତ ହେଲେ

    ସୁନ୍ଦର ପୁଚ୍ଛ ମେଲାଇ

ବେଙ୍ଗବେଙ୍ଗୁଲୀଙ୍କ   ହାଟ ବସିଲାଣି

    ସାରୁବୁଦା ମୂଳେ ଯାଇ ।।

ଶୁଷ୍କ ତରୁ ଡାଳ    ହେଲା ପଲ୍ଲବିତ

    ତୁମ ପ୍ରେମ ସ୍ପର୍ଶ ପାଇ

ତୃଣର ଅଭାବ    ହୋଇଗଲା ଦୂର

    ଗାଇବାଛୁରୀଙ୍କ ପାଇଁ ।।

ନଦୀ,ପୁଷ୍କରିଣୀ   ପରିପୂର୍ଣ୍ଣ ହେଲେ

    ବର୍ଷା ଜଳକୁ ଆବୋରି,

ମାଛ ମାରିବାକୁ  କୈବର୍ତ୍ତ ଭାଇଟି

     ଯାଉଅଛି ନାଆ ଧରି ।।

ରାସ୍ତା ଦୁଇ ପାର୍ଶ୍ବ   ପରିପୂର୍ଣ୍ଣ ହେଲା

     ଗୁଳ୍ମ ଲତାମାନ ବଢି

ଛତା,ରେନକୋଟ୍    କିଣିବା ପାଇଁକି

    ଦୋକାନରେ ଲମ୍ବା ଧାଡି।।

ମୌସୁମୀ ଗୋ ତୁମେ   ପ୍ରତିବର୍ଷ ଆସ

     ମେଘମାଳା ସାଥେ ଧରି

ସଂସାରର ଦୁଃଖ   ବିନାଶ କରିଣ

     ଖୁସିରେ ଯାଉଥା' ଫେରି ।।


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy