ସୁଖ ଦୁଃଖର ଜୀବନ
ସୁଖ ଦୁଃଖର ଜୀବନ
ମସଲା ବିନା ଯେ ତରକାରୀ ଟିର
ସୁଆଦ ନ ଥାଏ ଜମା ,
ଜୀବନରେ ଯଦି ମସଲା ନ ଥାଏ
ମଜା ଲାଗେ ନାହିଁ ଜମା ।
କିଛି ଖଟା କିଛି ମିଠା ଅନୁଭୂତି
ଜୀବନରେ ଭରେ ରଙ୍ଗ ,
ଅସୁମାରୀ ସ୍ବପ୍ନ ଉଙ୍କି ମାରୁଥାଏ
ଜୀବନେ ଉଠେ ତରଙ୍ଗ ।
ସୁଖ ପରେ ଦୁଃଖ, ଦୁଃଖପରେ ସୁଖ
ଏ ତ ଦୁନିଆଁର ରୀତି ,
ହସକାନ୍ଦ ଭରା ଏଇ ତ ଜୀବନ
କେବେ ପ୍ରିୟା କେବେ ପ୍ରୀତି ।
ବିନା ମସଲାରେ ଜୀବନର ରଙ୍ଗ
ଫିକା ଫିକା ଲାଗେ ଭାରି ,
ସୁଖ ଦୁଃଖ ପରି ମସଲା ଭରିଲେ
ରଙ୍ଗ ହୋଇଯାଏ ପୁରି ।
ରଙ୍ଗୀନ ଦୁନିଆଁ ପୁରି ଉଠେ ପୁଣି
ହସ କାନ୍ଦ ମସଲାରେ ,
କେବେ ହସ କେବେ କାନ୍ଦ ପୁଣି ଏଠି
ଏଇ ମିଛ ଦୁନିଆରେ ।
