ପଥର କାନ୍ଦୁଛି
ପଥର କାନ୍ଦୁଛି
ଏଭଳି ଜନମ କାହିଁ ଦେଲ ପ୍ରଭୁ
କି ଭୁଲ୍ କରିଲି ମୁହିଁ
ଅନ୍ତରରେ ମୋର ବିରହ ବେଦନା
କେମିତି ପାରିବି କହି ॥
ଦିବାରାତ୍ର ମୁହିଁ ମୁଖବନ୍ଦୀ ଅଛି
ହେଉନାହିଁ କେବେ ଚଳ
ପ୍ରଚଣ୍ଡ ରୌଦ୍ରର ଜ୍ଜ୍ବାଳାରେ ଜଳୁଛି
ତିନ୍ତାଉଛି ବୃଷ୍ଟି ଜଳ ॥
କେତେ ଧୂଳିକଣା ମୋ ଦେହେ ରହିଛି
ଯୁଗ ଶତାବ୍ଦୀ ଏ ଧରି
କେତେ ଗିରି ଶୃଙ୍ଗ ଧ୍ଵଂସେ ମୁଁ ଜନ୍ମିଛି
ସମୟ କୁ ତାଳ କରି ॥
ଏଭଳି ଜୀବନ କାହିଁ ଦେଲ ପ୍ରଭୁ
କି ଭୁଲ୍ କରିଲି ମୁହିଁ
ନୃଶଂସ ମାନବ ନିହଣ ମୁନରେ
କଷ୍ଟ ସହିପାରୁ ନାହିଁ ॥
କୂପମଣ୍ଡୁକ ଟେ ପାଲଟି ଯାଇଛି
ପ୍ରେମିକର ବାର୍ତ୍ତା ଶୁଣି
ପ୍ରେମିକା ବି ତାର ମୋ ଦେହେ ଆଙ୍କୁଛି
ଦୁହିଙ୍କର ନାମ ପୁଣି ॥
ମୋ ଭାଗ୍ୟେ ଆସିନି ପ୍ରେମର ସ୍ଫୁରଣ
ପଥର ଶରୀର ପାଇ
ପ୍ରେମିକା ଦେଖିଲେ ଛାଡ଼ି ଚାଲିଯାଏ
କୁହ ଆଜି ପ୍ରଭୁ କାହିଁ ॥