ଶିଶୁ
ଶିଶୁ
ଶିଶୁ ହିଁ ଅଟଇ ସନ୍ତକ ଆମରି
ଆଗାମୀ ଯୁଗର ପିଢ଼ି
ଫୁଟିଲା ଫୁଲ ସେ ,ଏ ପୂଣ୍ୟ ମାଟିର
କିଏ ଦେଇଥିଲା ଗଢ଼ି ॥
ଶିଶୁ ଯେ ହସିଲେ ଦୁନିଆ ହସଇ
ହସେ କୋଟି କୋଟି ତାରା
ତାଙ୍କ ମୁଖେ ଲୁହ ଟୋପାଏ ଝରିଲେ
ବିଚଳିତ ହୁଏ ଧରା ॥
ଶିଶୁ ହିଁ ଅଟଇ ଅମୂଲ୍ୟ ରତ୍ନ ଟେ
ପିତାମାତାଙ୍କର କୋଳେ
ଅଜସ୍ର ପ୍ରତିଭା ଦେଖାନ୍ତି ସଭିଙ୍କୁ
ବୁଦ୍ଧି ବିକାଶର ତାଳେ ॥
ଏ ହିଂସ୍ର ମାନବ ପାଲଟି ଦାନବ
ବୁଝେନାହିଁ ତାଙ୍କ ସୁଖ
କୋମଳ ହସ୍ତରେ ଶ୍ରମିକର ବୋଝେ
ଦେଇଥାଏ ନାନା ଦୁଃଖ ॥
ଶିକ୍ଷାର ପଥରୁ ବଞ୍ଚିତ ଏ ଶିଶୁ
ଆଜିର ସମାଜ ପାଇଁ
ଆହେ ମମ ଭାତୃ ଭଗିନୀ ସଭିଁଏ
ମୂକ ରହିଅଛ କାହିଁ ?
ଉଦ୍ଧାର କରାଅ ଶିଶୁ କଳିକାଙ୍କୁ
ଦିଅ ନାନା ଶିକ୍ଷା ବାଣ୍ଟି
ପ୍ରଫୁଲ୍ଲିତ ରଖ ମନକୁ ତାଙ୍କରି
ବଜାଇ ସତର୍କ ଘଣ୍ଟି ॥
ରଙ୍ଗାୟିତ କର ଜୀବନ ତାଙ୍କରି
ହସି ଖେଳି ଗୀତ ଗାଇ
"ଶିଶୁ " ଠାରୁ ବଳି ପବିତ୍ର ଶବ୍ଦଟି
ସଂସାରେ ମିଳଇ ନାହିଁ ॥