" ସଂପର୍କ "
" ସଂପର୍କ "
1 min
454
ସଂପର୍କଟା ଏକ ନିଆରା ଦୁନିଆ
ସର୍ବବ୍ୟାପୀ ତାର ଭୂମିକା ।
ଭଲ ପାଇବାର ଚଲା ସାଥି ସିଏ
କେବେ ଆସେ ଦିଏ ଧୋକା ॥
ବିଶ୍ୱାସକୁ ଡାକେ ନୂଆ ପରିଚୟେ
ବନ୍ଧନକୁ ନିଏ କିଣି ।
ଏସାରା ଜଗତେ ବନ୍ଧୁତ୍ୱରେ ଆସି
କରିଥାଏ ସର୍ବ ଋଣି ॥
ମାନ ଅଭିମାନ, ରାଗ ରୁଷା ରଖେ
ହସ -କାନ୍ଦ ମିଶ୍ରଣରେ ।
କେବେ କେବେ ଆଣେ ପ୍ରତିଷୋଧ ଛିଟା
ଅଚିହ୍ନା ଓ ଅଜଣା ରେ ॥
ସଂପର୍କଟା ଏକ ରଙ୍ଗୀନ୍ ପ୍ରଜାପତି
ସହସ୍ର ତାହାରି ରୁପ ।
ପ୍ରେମ ଫଗୁଣରେ ପ୍ରେମୀଯୁଗଳଙ୍କ
ଲେଖିଥାଏ ପ୍ରେମ ଗଳ୍ପ ॥
ସନ୍ଦେହର ସିଏ ପ୍ରଧାନ ବିପକ୍ଷ
ଫୁଲର ସେ ମଧୁଛନ୍ଦା ।
ଭବିଷ୍ୟତ ପାଇଁ ଜନ୍ମାନ୍ତର ସାଥି
ପ୍ରୀତିର ରଜନୀ ଗନ୍ଧା ॥
