Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashrit Mohapatra

Comedy

5.0  

Ashrit Mohapatra

Comedy

ଅଲାଜୁକ ନଟିଆ

ଅଲାଜୁକ ନଟିଆ

1 min
256



ନଟିଆ ଆମର କଲେଜ ଯାଉଛି

ଦଶମ କିଲାସ ଡେଇଁ ।

ଚୁଟି କଟାଠାରୁ ଫ୍ୟସନରେ ତାର

କୌଣସି ଅଭାବ ନାହିଁ ॥


ବାପା ଧରିଛନ୍ତି ଚିପା ମୋବାଇଲି

ପୁଅ ଧରିଅଛି ଛୁଆଁ ।

ପକେଟେ ପୁଡ଼ିଆ , ଓଠେ ସିଗାରେଟ

ଚିପିକି କାଢୁଛି ଧୂଆଁ ॥


ଜିନିସି ପିଆଣ୍ଟ ପିନ୍ଧିଛି ଯେ ଟୋକା

ଚିରା ଫଟାଫଟା ଦିଶୁଛି ।

ମୁହେଁ ବୋଳି ସିଏ, ସ୍ନୋ ପାଉଡର

ଦରପଣ ଆଗେ ମାଖୁଛି॥


ଟିକିଟକ କରି ସେଲଫି ଉଠାଇ

ହଜାରେ ମେସେଜ ଛାଡୁଛି ।

ବାଟେ ଘାଟେ ଝିଅ ନଜରେ ଆଇଲେ

ହୁଇସିଲି ଗୀତ ମାରୁଛି ॥


କଲେଜ ଛୁଇଁଲା - ନଲେଜ ଉଇଁଲା

ପାଠପଢ଼ା ମନ ଛାଡି ।

ଅଲାଜୁକ ଏହି ନଟିଆ ଆମରି

ବୁଲେଟେ ଆସୁଛି ମାଡ଼ି ॥



Rate this content
Log in

Similar oriya poem from Comedy