STORYMIRROR

Ashrit Mohapatra

Tragedy

3  

Ashrit Mohapatra

Tragedy

ଦୁଃଖ ଦେଲୁ ପ୍ରିୟା

ଦୁଃଖ ଦେଲୁ ପ୍ରିୟା

1 min
12.3K

ଦୁଃଖ ଦେଲୁ ହୃଦୟକୁ

     ପ୍ରିୟା ଭାଙ୍ଗି ଦେଲୁ ମୋ ପ୍ରେମ ଆଇନା

ବିଶ୍ଵାସରେ ବିଷ ଦେଇ

       ଆଜି ତୁ କହୁ ମତେ ଜାଣୁନା ॥

ଏଇ କଅଁଳ ହୃଦୟ ତୁଠେ

       ଯେବେ ଆଙ୍କି ଥିଲି ତୋର ଛବି 

ସେ ଛବି ଆଜି ଲିଭିଗଲା

      ପ୍ରିୟା ତତେ ଛାଡ଼ି ଚାଲିଯିବି ॥

ଗୋଲାପର ପାଖୁଡା ତୁ

       ଏଇ ଆକାଶର ଜହ୍ନ

ବୁଝି ନ ପାରିଲୁ ମତେ

      କରିଦେଲୁ ଭିନ୍ନ ॥

ତୋ ସ୍ବପ୍ନରେ ମୁଁ ଉଜାଗର

    ତୋ ସ୍ପନ୍ଦନେ ନଥିବି

ଯେବେ ବୁଝି ଖୋଜିବୁ ତୁ

      ତୋ ଶାୟରୀରେ ଥିବି ॥

କଷ୍ଟ ତୁ ପାଇବୁ ପ୍ରିୟା

      ଯେତେ କଷ୍ଟ ମୁଁ ପାଉଛି

ତୋ ଦୁଃଖରେ ତୁ ଏକା ଥିବୁ

      ଆଜି କହି ମୁଁ ଯାଉଛି ॥

ପୂର୍ବ ଭୁଲ୍ ତୋର ଯେବେ

     କ୍ଷମା କରିଥିଲି

ଶେଷ ସାକ୍ଷତ ରେ ତତେ

    ଭଲ ମୁଁ ପାଇଲି ॥

ମତେ ଭୁଲି ଅନ୍ୟ ସାଥେ

    କି ପାଇଲୁ ମଉକା ।

ଜୀବନେ ମୋ ଚାଲି ଆସି

   ପ୍ରିୟା କାହିଁ ଦେଲୁ ଧୋକା ॥



Rate this content
Log in

Similar oriya poem from Tragedy