Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anita Dash

Abstract

4.5  

Anita Dash

Abstract

ଚିର ନମସ୍ୟ ମାତା

ଚିର ନମସ୍ୟ ମାତା

1 min
198


ବାତ୍ସଲ୍ୟ ମମତା ମାପଦଣ୍ଡ ତୁମେ

ଅମୃତ ସ୍ନେହ ସୌରଭ,

ବୀର ପୁରୁଷର ବାହାସ୍ପଟ ଆଉ

ମାନବତାର ଗୌରବ । [୧]


ତୃପ୍ତ ଅନ୍ତରାତ୍ମା ମିଠା ଉଦ୍ଦୀପନା

ହୃଦୟେ ଶାଶ୍ଵତ ପ୍ରେମ ,

ଆଖି ଭର୍ତ୍ତି ଦୟା ଛାତି ଭର୍ତ୍ତି

ଦମ୍ଭ ସାହାସ ପ୍ରତିଫଳନ । [୨]


ସହିଷ୍ଣୁତାର ପରାକାଷ୍ଠା ତୁମେ

ବେଦନା ର ଶବ୍ଦକୋଷ,

ନୂତନ ପିଢିର ମାର୍ଗ ଦର୍ଶିକା

ଲକ୍ଷ୍ୟର ଅବଶେଷ। [୩]


ସ୍ପର୍ଶେ କୁସୁମର କୋମଳତା ତୁମ

ବାକ୍ୟେ ମଧୁ ମାଦକତା,

ଇନ୍ଦ୍ରଧନୁ ପରି କ୍ଷଣିକ ବିଷାଦ

ତନ୍ତ୍ରୀ ବିବେକ ଝଂକୃତା । [୪]


ମସ୍ତିଷ୍କ ଭରା ଅନ୍ୱେଷଣ ତୁମେ

ଉତ୍ସାହର ଉନ୍ମାଦନା,

ବିଶ୍ୱାସର ଚିର ଆତ୍ମ ପ୍ରତ୍ୟୟ

ଶାନ୍ତି ର ଉପାସନା। [୫]


ହିମାଳୟ ଧୈର୍ଯ୍ୟ ସାଗର ଗାମ୍ଭୀର୍ଯ୍ୟ

ଆକାଶର ଅସୀମତା,

ସର୍ବେ ବିଦିତ ସର୍ବ ବଂଦିତ

ଚିର ନମସ୍ୟ ତୁମେ ମାତା । [୬]



Rate this content
Log in

Similar oriya poem from Abstract