STORYMIRROR

Puspanjali Panda

Abstract

4  

Puspanjali Panda

Abstract

ତିନି ବାନର

ତିନି ବାନର

1 min
23.1K

ବାପୁ ହେ ତୁମ ତିନି ମାଙ୍କଡ଼ ଦେଖି

ଖୋସୀ ହେଇଯାଉଥିଲା ଆଖି

ସ୍ୱାଧୀନଭାରତ ଦେଶ ଗଢିଦେଲ

ବିଶ୍ୱେ ଅହିଂସା ପଥ ମେଲାଇଲ

ଜଗତ କଲ୍ୟାଣେ ଉତ୍ସର୍ଗିତ କଲ

ନିଜ ଜୀବନରେ ନିୟମ ପାଳିଲ

ଉପହାର ତିନି ବାନର ସେନା

ବୁଦ୍ଧି ମାନ ବୋଲି ଜଗତେ ଗଣା

ପ୍ରଥମ ବାନର "ମିଜାରୁ"କହେ

ଖରାପ ଦେଖାରୁ ଦୁରେଇ ରହେ

ଦେଖେନି ତା ହାତ ଆଖିରେ ଥାଏ

ତୁମରି ବି ଅତି ପ୍ରିୟ ଟି ସିଏ

"ବିକାଜାରୁ" ସେ ଦ୍ୱିତୀୟ ବାନର

ପାଟିରେ ଥାଏଟି ହାତ ତାହାର

ଖରାପ କଥା ସେ କହିବ ନାହିଁ

ଅତିପ୍ରିୟ ସେତ ତୁମରି ପାଇଁ

ତୃତୀୟ ରେ "ଇୱଜାରୁ" ଯା ନାମ

କାନ ଧରିଥିବା ଯାହାର କାମ

ଖରାପ କଥା ସେ ଶୁଣଇ ନାହିଁ

ବାପୁ ଙ୍କର ପ୍ରିୟ ଅଟଇ ସେହି

ବାନର ଅଛନ୍ତି ଉଠାଇ ମଥା

କା ଆଗେ କହିବୁ ଦେଶର କଥା

ତମେ ନାହଁ ବୋଲି ଓଲଟି ଗଲା

ସବୁବେଳେ ଏଠି ଚାଲେ ଝାମେଲା

ଆରମ୍ଭ କରିଲେ ସରିବ ନାହିଁ

ତୁମ ଫେରିବାକୁ ରହିଲୁ ଚାହିଁ



Rate this content
Log in

Similar oriya poem from Abstract