STORYMIRROR

Puspanjali Panda

Abstract

4  

Puspanjali Panda

Abstract

ତୁମେ ନୀରବର

ତୁମେ ନୀରବର

1 min
145

ତୁମେ ମୋର ଚିନ୍ତା ଓ ଚେତନା

ନୀରବରେ ରହି ରହି ଆସ

ତୁମେ ମୋର ଆଖିକୋଣ ଲୁହ ଢଳ ଢଳ

ନୀରବରେ ପାଖେଆସି ବସ।

ତୁମେ ମୋର ଅଭିମାନ ,ମୋ ସର୍ବସ୍ୱ

ନୀରବରେ କୋଳେଇ ନେଇଛ

ତୁମେ ମୋର ପ୍ରେମ ପ୍ରତିଶ୍ରୁତି

ନୀରବରେ ପାଳନ କରିଛ ।

ତୁମେ ମୋର ଅପଲକ ନେତ୍ର

ନୀରବରେ ଦେଖଇ ତୁମକୁ

ତୁମେ ମୋର ପାହାନ୍ତି ସପନ

ନୀରବରେ ଆସୁଛ ପାଖକୁ ।

ତୁମେ ମୋର ଲୁଚା ଲଫାପାରେ

ନୀରବ ଅକ୍ଷର 

ତୁମେ ମୋର ଫଗୁଣର ଫଗୁ ରଙ୍ଗ

ନୀରବ ସ୍ୱାକ୍ଷର।

ତୁମେମୋର ମହାର୍ଘ ନିର୍ମାଲ୍ୟ

ନୀରବରେ କାଣିଚାଏ ପାଏ

ତୁମେ ମୋର ବାରମାସୀ ତେର ପର୍ବ

ନୀରବରେ ଆସେ ଆଉ ଯାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract