ମାଆ
ମାଆ
ତୋ ପଣତକାନିଟା ଲମ୍ବିଥାଏ ଜହ୍ନମାମୁ ରାଇଜ ଠୁ ମୁକ୍ତିତୀର୍ଥ ଯାଏ।
ତୋ ହାତର କି କୁହୁକ ଥାଏ
କେଜାଣି, ରୋଷେଇଘରେ ତୁ
ସ୍ୱୟଂ ଅନ୍ନପୁର୍ଣ୍ଣା।
ତୋର ପ୍ରତି ଟି ନିଶ୍ୱାସ ରେ
ଭରିଥାଏ ସକଳ ମଙ୍ଗଳକାମନା
ତୁ କୋଉ ଭଗବାନ ଙ୍କ ଠୁ କମ କି?
ଖାଲି ତୁ 'ଏଇ 'କହିଲେ ମାଟି ଫାଟିଯାଏ
'ଆଃ' କହିଲେ ସବୁ ରାଗରୁଷା ବୁନ୍ଦା ବୁନ୍ଦା ଲୁହ ହୋଇ ବହି ଯାଏ।
ଏଇ ମାଟି ଠୁ ଆକାଶ
ଆକାଶ ଠୁ ମାଟିର ଦୂରତା
ମାପିବା ପାଇଁ ଦରକାର ହୁଏ
'ମାଆ' ପରି ଶବ୍ଦ ଟିଏ।
ତୁ ନଥିଲେ
ଏ ଶବ୍ଦ ନଥାନ୍ତା
ଏ ଶବ୍ଦ ନଥିଲେ
ପୃଥିବୀ ଟା ସ୍ୱର୍ଗ ହୋଇ ନଥାନ୍ତା