STORYMIRROR

Ghanashyam Biswal

Inspirational

3  

Ghanashyam Biswal

Inspirational

ସଭିଏଁ କହନ୍ତି

ସଭିଏଁ କହନ୍ତି

1 min
215

ଖାଲି କେତୋଟି ଶବ୍ଦନେଇ

କବିତା ଲେଖିବା କଣ ଏତେ ସହଜ?

ପଙ୍କରେ କଣ ପଦୁଅଁ ଫୁଟେ କି?

ପଦ୍ମର ଜନମ ଆଉ ମୃତ୍ୟୁ ସବୁ ପାଣିରେ ।

ମହାନଦୀ କଣ ପାରି ହେଇ ପାରିବ?

ପହଁରି, ପହଁରି, ଏ ତ ନିହାତି ଅସମ୍ଭବ

ସାଗର ଭିତରେ ମୁକୁତା ଖୋଜିବା ଯାହା

ଯମପୁରକୁ ନିମନ୍ତ୍ରଣ ପଠାଇବା ତାହା

ଝିଅମାନେ କଣ ପାହାଡ଼ ଚଢ଼ିବେ ମ !

କାପୁରୁଷ ସିନା ମରଇ ଡରଇ

ବିପଦ ଆସନ୍ନ ହେଲେ

ପଛଘୁଞ୍ଚା ନାହିଁ ବୀରର ଜାତକେ

ମରଣ ମୁହେଁ ପଡିଲେ ।



Rate this content
Log in

Similar oriya poem from Inspirational