STORYMIRROR

Sudhir Kumar Panda

Inspirational Others

3  

Sudhir Kumar Panda

Inspirational Others

ମୋ ଚାକିରୀ

ମୋ ଚାକିରୀ

1 min
196

ଯେତେବେଳେ ପ୍ରଥମେ ମୁଁ ଯୋଡିହେଲି ବୃତ୍ତିର

ସେତେବେଳେ ବୟସ ମୋ ଜମା ମାତ୍ର ଅଠର।

ହୋଇଥିଲି ମୁଁ ଗୋଟିଏ ପିଅରଲେସ୍ ଏଜେଣ୍ଟ

ଜାଣିପାରି ଥିଲି ମୁଁ ଯେ ରୋଜଗାର କି'କଷ୍ଟ।

ମୋର ପଢା ଚାଲି ଥିଲା ବାପା ହେଲେ ଦେହାନ୍ତ

ଚାକିରୀଟେ ଲୋଡା ହେଲା ମୋର ଅତି ନିତାନ୍ତ।

କଟକରେ ଦି' ସପ୍ତାହ କାମଟିଏ ପାଇଲି

ଓକିଲ ଓ ସିଏଙ୍କୁ କମ୍ପ୍ୟୁଟର ପଢାଇଲି।

ଖୁସିରେ ପଠାଇଲେ ମୋତେ ଭବାନୀପାଟଣା

ତିନି ସପ୍ତାହ ସେଠାରେ ମୋର ପେଟ ପାଟଣା।

ଏଇ ଦୁଇ କାମରେ ମୁଁ ପାଇନାହିଁ ଦରମା

ତଥାପି ଏ ଅଭିଜ୍ଞତା ମନ୍ଦ ନୁହେଁ ତ ଜମା।

ଏଥୁ ଅନ୍ତେ ଦୁଇ ମାସ ରାଉରକେଲାରେ କାମ

ଦିନକୁ ଶହେ କୋଡିଏ ନଥିଲା କିଛି କମ।

ଏହା ପରେ ଯେଉଁ ବୃତ୍ତି ନେଲି ମୁହିଁ ଆଦରି

ସେଥିରେ ଦଶ ବରସ ଗଲାତ ମୋର ସରି।

ବଜାର ଓ ସମାଜର କ୍ଷେତ୍ରୀୟ ଅନୁସନ୍ଧାନ

ଏହା ଥିଲା କାର୍ଯ୍ୟ ମୋର ଥିଲା ମୋର ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational