STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଈର୍ଷା

ଈର୍ଷା

1 min
107


ଏମିତି ଏକ ମୁଁ କବିତା ଲେଖିବି ମନରେ ଶୋଚନା ନଥିଲା

ଅସୂୟତା , ଈର୍ଷା ,ପରଶ୍ରୀକାତର ଭାବନାର ସେହି ଚିତ୍ର

କମେତି ଆଙ୍କିବି ଶବଦ ରଙ୍ଗରେ ଭାବନାର ସୁଅ ଛୁଟିଲା

ଅନୁଭବ ନାହିଁ ଜୀବନେ ଏମିତି ଲାଗିଲା ବଡ଼ ବିଚିତ୍ର ।।


ସମସ୍ତେ ସୁଖରେ ରହନ୍ତୁ ଜଗତେ ହେଉରେ ସୁବର୍ଣ୍ଣ ଯୁଗ

କାହିଁକି ଅସୁୟା ଭାବେ ଜଡି ରହି କେତେ ପାଉଥିବି ଦୁଃଖ

ଭାଇ କହି ଥରେ କୋଳେଇ ନେଲେରେ ତୁଟିଯିବ ହିଂସା ରାଗ

ଶାନ୍ତି, ମୈତ୍ରୀ ଭାବ ବିରାଜିତ ହେବ ଅଚିରେ ମିଳିବ ସୁଖ ।।


ଈର୍ଷା ଏକ ବିଷ ଉତ୍କଟ ଜହର ନିଜର କରଇ କ୍ଷତି

ଜୀବନରେ ଖାଲି ଦୁଃଖ ଆଉ ଦୁଃଖ ବୃଥା ତୋର ନରଜନ୍ମ

ମୃତ୍ୟୁ ପରେ ଯମଦଣ୍ଡ ପୁଣି ଆଉ ରୌରବ ନର୍କ‌ର ଭୀତି

ଡର ଥରେ, ବାବୁ ତେଜି ଈର୍ଷାଭାବ ସାର୍ଥକ କର ଜୀବନ ।।


କରିନାହିଁ ଈର୍ଷା, ଧନ୍ୟ ହେ ଠାକୁରେ ବିରାଜିତ ମୋ ଅନ୍ତରେ

ଦେଇଛ ବତାଇ ଶିଖାଇଛ ପ୍ରଭୂ ମୁଁ ଋଣୀ ତବ ପଦ୍ମ ପାଦରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational