STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

ଵୀର ଯବାନ

ଵୀର ଯବାନ

1 min
691


ଦେଶକୁ ଦିଅନ୍ତି ସର୍ବଦା ସୁରକ୍ଷା

ନିଜେ କେତେ କଷ୍ଟ ସହି

ଜୀବନକୁ ବାଜିମାରି ଦିଅନ୍ତି ପରିକ୍ଷା

ମାତୃଭୂମି ସେବାରେ ରହି

ଆଖିରୁ ନିଦ ହଜେଇ ଦେଇ ଦିନରାତି

ଦେଶ ପାଇଁ ସେତ ଲଢନ୍ତି

ଆମ ଜନମ ଭୂମିର  ସୁରକ୍ଷା ପାଈଁ

କେତେ ଯବାନ ସହିଦ ହୁଅନ୍ତି

ଖରା,ବର୍ଷା,ଶୀତ କେତେ କାକର ସହି

ଦେଶର ଟେକ ରଖନ୍ତି ତହିଁ

ଧନ୍ୟ ତୁମେ ଆଉ ତୁମ ଜୀବନ ଧନ୍ୟ

ଭାରତମାତା ପାଈଁ ଯାଏ ଜୀବନ

ସ୍ବଛ ମନ ତୁମର ଏଵଂ ହୃଦୟ ପବିତ୍ର

ଭାରତମାତାର ତୁମେ ଅଟ ପୁତ୍ର

ମନରେ ତୁମର ସେତ ଅସୀମ ସାହାସ

ତୁମ ଉପରେ ଜଗତ ବିଶ୍ବାସ

ଧନ୍ୟ ତୁମର କେତେ ଦେଶ ପ୍ରତି ପ୍ରେମ

ସର୍ବଦା ମିଳୁ ତୁମକୁ ସମ୍ନାନ

ଧନ୍ୟ ତୁମେ ଆମଦେଶର ବୀର ସନ୍ତାନ

ଯା ଲାଗି ମାଟି ହୋଇଛି ଧନ୍ୟ

ସର୍ବଦା କରିବୁ ତୁମର ଜୟଜୟ ଗାନ

ତୁମେ ସେହି ଅମୂଲ୍ୟ ରତନ

ତୁମ ପାଦ ତଳେ ଆମର କୋଟି ନମସ୍ୟ

ଦେଶର ତୁମେ ଗର୍ବ ଆଉ ପୌରଷ

ତୁମ ଚଲାପଥ ସର୍ବଦା ପୁଷ୍ପିତ ହେଉ

ତୁମ ପାଇଁ ଦେଶ ଗର୍ବିତ ରହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational