ସ୍ନେହ ବନ୍ଧନ
ସ୍ନେହ ବନ୍ଧନ
1 min
266
ସମ୍ପର୍କଟି କେଡେ ମଧୁର ଭାଇଭଉଣୀର
ସ୍ନେହ ପ୍ରେମର ଅତୁଟ ବନ୍ଧନ ପରସ୍ପରର
ଭାଇ ଜାଣଇ ସର୍ବଦା ତାର ଭଉଣୀ ମନ
ମନରେ ନ ଦିଏ କେବେ ଦୁଃଖ କଷଣ
ସ୍ନେହ ସରାଗରେ ତାର ମନଟି ଭରା
ସେ ଅତି ଆଦରର ଗେଲା ଭଉଣୀ ପରା
ଭଉଣୀ ମନଟି ସର୍ବଦା ଭାରି ଛନଛନ
ରାକ୍ଷୀ ବାନ୍ଧିବା ପାଇଁ ହୁଏ ସେ ଉଚ୍ଛନ୍ନ
ଧରିବେନି କେହି ପରସ୍ପରର ମାନ ଅଭିମାନ
ସ୍ନେହ ସମ୍ପର୍କର ସେତ ଏ ନିବିଡ ବନ୍ଧନ
ସେହି ସମ୍ପର୍କ ଆଉ ମିଳେନା କେଉଁଠି
ଭାଇଭଉଣୀ ଭିତରେ ସ୍ନେହ ଥିବ ଯେଉଁଠି ।
