STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

ମାତୃ ବନ୍ଦନା

ମାତୃ ବନ୍ଦନା

1 min
294

ଜୟ ମା ସରସ୍ବତୀ ବିଦ୍ୟା ପ୍ରଦାୟିନୀ

ଜୟ ମା ବଗ୍ଦେବୀ ବୀଣା ପୁସ୍ତକ ଧାରିଣୀ

ଶୁକ୍ଳ ବସ୍ତ୍ର ପରିହିତା ମା ମରାଳ ବାହିନୀ

ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ ଶ୍ବେତ ପଦ୍ମାସନୀ

ଅତି ସୁନ୍ଦର ତୁମର ତେଜୋମୟ ଜ୍ୟୋତି

କରନ୍ତି ବିଦ୍ୟାର୍ଥୀ ତୁମକୁ ସାଦରେ ସହ ଭକ୍ତି

ରତ୍ନ ବିଭୂଷିତ ହେ ମା କୁଣ୍ଡଳ ଧାରୀ 

ଗଳାରେ ଶୋଭିତ ତୁମର ମୁକୁତାମାଳୀ

ପୁଷ୍ପମାଳା ସୁଶୋଭିତ ଅତି କମନୀୟ କାନ୍ତି

ବିଦ୍ୟାର୍ଥୀ ସାଦରେ ତୁମ ଚରଣ ସେବନ୍ତି

ତବ ଚରଣ କମଳେ ମା ଏତିକି ବିନତି

ଭରିଦିଅ ସର୍ବ କଣ୍ଠେ ତୁମେ ଜ୍ଞାନ ସହ ଭକ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract