STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

ସ୍ନେହର ମୂରତୀ

ସ୍ନେହର ମୂରତୀ

1 min
214

ସ୍ନେହପ୍ରେମର ଦେବୀ ପ୍ରତିମାଟିଏ

ସିଏ କେହି ନୁହେଁ ଆମ ମାଆ ସିଏ

ମାର ସ୍ନେହ ସର୍ବଦା ଅମୂଲ ମୂଲ

ତା ସହ କେହି ହେବନି ସମତୁଲ

ତାର ଆଶିର୍ବାଦ ସର୍ବଦା ମସ୍ତକେ ଆମର

ଦୁଃଖ କଷ୍ଟ ସହି ବୋଝ ସମ୍ଭାଳେ ପରିବାରର

ମୁହଁ ଦେଖି ବୁଝିପାରେ ଆମରି କଥା

ମନରେ ନ ଦିଏ କେବେ ସେ ବ୍ୟଥା

ନିଜ ଦୁଃଖକୁ ସେ ମନରେ ଲୁଚେଇଦିଏ

ସନ୍ତାନର ସୁଖ ସର୍ବଦା ସେ ଚାହିଁଥାଏ

ମନର ଭାବନାକୁ ସେ ବୁଝିତପାରେ

ସନ୍ତାନର ମଙ୍ଗଳ ସେ କାମନା କରେ

ତାର ସ୍ପର୍ଶରେ ଭରିଯାଏ ପ୍ରେମର ମଧୁରତା

ତାର ଚରଣରେ ରହୁ ସର୍ବଦା ଆମରି ମଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract