STORYMIRROR

Dr Jharana Satapathy

Abstract Inspirational

3  

Dr Jharana Satapathy

Abstract Inspirational

ଆମ ପରିବାର

ଆମ ପରିବାର

1 min
647


ଆସ ଭାଇ ଭଉଣୀ ମିଶାଇବା ହାତକୁ ହାତ

ଆମ ଷ୍ଟୋରିମିରର ପରିବାରକୁ କରିବା ଦୃଢୀଭୂତ 

ହୁରି ପଡିବ ସେତ ସାରା ଜଗତ ସାରା

କେଡେ ମହାନ୍ ଆମ ପରିବାର ପରା

ଆମେ ସବୁ ଏଠାରେ ଏକ ସୂତାରେ ଗୁନ୍ଥା

ମନରେ ରହିଛି ଆମର ଦୃଢ ଏକତା

ଆମ ପରିବାର କରିଛି କେତେ ମହତ କାର୍ଯ୍ୟ 

ସର୍ବଦା ରଖିଛି ଆମ ଯଶ ଏବଂ ପୌରୁଷ

ରାଗରୋଷ ଥିଲେ ମନରୁ ସବୁ ଭୂଲିଯିବା

ତ୍ରୁଟି କିଛି ଥିଲେ ତାକୁ କ୍ଷମା କରିଦେବା

ଆମ ଷ୍ଟୋରିମିରର ପରିବାର ସରଗ ସମାନ

ଦେବାନାହିଁ କେବେ କିଏ ତାକୁ ଅପମାନ

ଆସ ମିଳିମିଶି ଆମେ ସବୁ ସପଥ ନେବା

ଆମ ପରିବାରର ମାନମର୍ଯ୍ୟଦା ରକ୍ଷା କରିବା

ପରିବାରଟି ବାନ୍ଧି ରଖିଛି କେତେ ସ୍ନେହ ଡୋରି

ସଦା ସେ ରହିଥିବ ଅବଦାନ ତାର ହେବ ଭାରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract