STORYMIRROR

Dr Jharana Satapathy

Romance

3  

Dr Jharana Satapathy

Romance

ମୋର ଭୁଲ ଅବା କ'ଣ

ମୋର ଭୁଲ ଅବା କ'ଣ

1 min
395

ମତେ ଏତେ ଭଲ ଲାଗେ ସେ ନାଲି ଗୋଲାପକୁ

ଭାବିଲି ସତରେ ତା ପ୍ରେମରେ ପଡିଗଲି

ଭାବୁଥାଏ ତାକୁ ତୋଳିବିନି 

ଗଛରେ ଥିଲେ ସୁନ୍ଦର ଦିଶେ 

କିନ୍ତୁ ମୁଁ ଆଉ ରହିପାରିଲି ନାହିଁ 

ଶୟନରେ ସପନରେ ସେ ଫୁଲ ହିଁ ଦିଶୁଥାଏ 

ଥରେ କିମ୍ବା ଦୁଇଥର ପାଖକୁ ଗଲି 

ତାର କଣ୍ଟାର ଆଘାତରେ ଫେରି ଆସିଲି 

କିନ୍ତୁ ମୋର ଦୁର୍ବଳତା 

ତା ପ୍ରତି ଫୁଲ ଫୁଟିବାରୁ ହିଁ ଥିଲା 

ମୁଁ ଭାବେ ଦୁଷ୍ଟାମି ଭଅଁରଟି 

ସେଥିରେ ବସି ଚୁମ୍ବନ କରୁଛି

ମୁଁ ନିଜକୁ ନିଜେ ନ ସମ୍ବାଳି 

ତାକୁ ମୁଁ ଛିଡାଇ ନେଇଆସିଲି

ଏଥିରେ ମୋର ଭୁଲ ଅବା କ'ଣ

ମତେ କହିଲା ତୁମେ ଭାରି ଦୁଷ୍ଟ

ତୁମେ ଭାରି ଦୁଷ୍ଟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance