ଧିକ ଏଜୀବନ
ଧିକ ଏଜୀବନ
ବେଳେବେଳେ ଧିକ ଲାଗେ ଏ ଜୀବନ
କେବେ ନ ହୋଇବ ପୁଣି ମଣିଷ ଜନ୍ମ
ସତରେ ବଞ୍ଚିବାରେ ଥାଏ ଅବା କି ସୁଖ
କାହାର ଏଠି କେଉଁ ପ୍ରକାରର ଦୁଃଖ
ଆଖିର ଲୁହକୁ ସର୍ବଦା ମଣଇ ଯେ ସୁଖ
କେବେ ନ ଲାଗିବ ତାକୁ କୌଣସି ଦୁଃଖ
ହସ କାନ୍ଦ ଭରା ଏ ମଣିଷ ଜୀବନ
ସମୟର ରଥଚକ୍ର,ଦୁଃଖ-ସୁଖ ଦିନ
ଆତ୍ମହତ୍ୟା ସେତ ଅଟେ ମହାପାପ
ତଥାପି ମଣିଷ କାହିଁ ନିଏ ଭୁଲ ପଦକ୍ଷେପ
ସବୁଠାରୁ ଶ୍ରେଷ୍ଠ ଅଟେ ମାନବଜନ୍ମ
ବଞ୍ଚିରହି ଯେ କରେ ଭଲ ସତକର୍ମ