STORYMIRROR

Dr Jharana Satapathy

Abstract

2  

Dr Jharana Satapathy

Abstract

ମିଛମାୟା ସଂସାର

ମିଛମାୟା ସଂସାର

1 min
259

ମିଛମାୟା ସଂସାରରେ କେହି ନୁହେଁ କାହାର

ଏ ବିଚିତ୍ର ଦୁନିଆରେ ସବୁତ ଲାଗେ ନିଜର

ମିଛମିଛିକା ଅଭିନୟରେ ପୁରା ଏ ଜଗତ ସଂସାର

କିଏ ଜାଣେ ପର ବା କିଏ ଆପଣାର

ରଙ୍ଗମଞ୍ଚରେ ଏଠି ସମସ୍ତ ଜଣେ ଜଣେ କଳାକାର

କଳାର ଯାଦୁରେ ଦେଖାନ୍ତି ବାହାବାହାକାର

ମୋର ମୋର କହି ଆବୋରି ବସନ୍ତି

ତୁଛା ଠାରେ ଖାଲି ହନ୍ତସନ୍ତ ହୁଅନ୍ତି

ଜୀବନଟା ଅଟେ ଏଠି କ୍ଷଣସ୍ଥାୟୀ

ନିମିଷକେ ମଧ୍ୟ ସବୁତ ଯାଏ ମିଳାଇ

ସ୍ବାର୍ଥ ଥିଲେ ସବୁ ଅଛି ବରଂ ହୃଦୟରେ ନାହିଁ କିଛି

ମିଛମାୟା ସଂପର୍କର ଅଟେ ଡୋରି

ଏଠି କେହି ନୁହେଁ ଅବା କାହାରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract