STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ଦୁର୍ନୀତି ମୁକ୍ତ ଦେଶ

ଦୁର୍ନୀତି ମୁକ୍ତ ଦେଶ

1 min
450

ବିଶ୍ଵ ସଭ୍ୟତାକୁ ଆଲୋକ ବର୍ତ୍ତିକା ଦେଖାଇ ଆମର ଦେଶ

ଆକର୍ଷଣ କଲା ପରିବ୍ରାଜକଂକୁ ଲୁଟେରା ହେଲେ ଆବେଶ ।


ସତ୍ୟ ନ୍ୟାୟ ତ୍ୟାଗ ତପସ୍ୟା ଆଦର୍ଶ ଦେଖି ହେଲେ ବଶୀଭୂତ

ସମୃଦ୍ଧି ପ୍ରତିଷ୍ଠା ଦେଖି ଏ ଦେଶର ଛଳେ କଲେ ପରାହତ ।


ପରାଶ୍ରୟୀ ହୋଇ ଏ ଦେଶ ଭୁଲିଲା ଆପଣା ଅସ୍ମିତା ଯଶ

ଅଳପ କଷ୍ଟରେ ବହୁ ଉପାର୍ଜନ ଏଥିରେ ହୋଇଲା ବଶ ।


ଦୁର୍ନୀତିର ଚେର ମାଡ଼ିଲା ଏପରି ନୀତି ହୋଇଛି ଦୁର୍ନୀତି

ମୁକତି ପାଇବ ଯୁବଶକ୍ତି ଆମ ହୋଇଲେ ସଂସ୍କାର ମତି ।


ସରଗକୁ କେହି ନିଶୁଣି ବାଂଧିନି ମରଣଶୀଳ ଏ ଦେହ

ଛୁଂଚିଟିଏ ଆମ ସାଥିରେ ଯିବନି କାହିଁ ପାଇଁ ଏତେ ମୋହ ।


ଦୁର୍ନୀତିର ନିଶା ତମାଖୁ ସଦୃଶ କର୍କଟ ବ୍ୟାଧି ପରି

କୋରି ଖାଏ ଆମ ସମାଜ ବ୍ୟବସ୍ଥା ମୂଳରୁ ଦେବା ଉପାଡ଼ି ।


ଜାଗ ଯୁବଶକ୍ତି ଦୁର୍ନୀତି ମୁକ୍ତ ସମାଜ ଟିଏ ଗଢ଼ିବା

ସୁଖରେ ବଂଚିବା ହସି ହସାଇବା ଧରାକୁ ସରା କରିବା ।


Rate this content
Log in

Similar oriya poem from Inspirational