STORYMIRROR

SUBASH CHANDRA KHUNTIA

Inspirational

3  

SUBASH CHANDRA KHUNTIA

Inspirational

ଧନ୍ୟ ମୋ ଭାରତ ମାତା

ଧନ୍ୟ ମୋ ଭାରତ ମାତା

1 min
150

ଚାତକ ପରି ଚାହିଁ ବସିଥିଲେ

              ସମଗ୍ର ଭାରତବାସୀ

ନ୍ୟାୟାଳୟର ଆଦେଶ ଶୁଣି

              ସମସ୍ତେ ହୋଇଲେ ଖୁସି


କେତେ ଯେ ବରଷ ବିତିଯାଇଥି୍ଲା

                ରକତର ହୋଲି ଖେଳି

ମସ୍ଜିଦ୍ ହେବ ନାଁ ମନ୍ଦିର ହେବ

                ଲାଗି ରହୁଥିଲା କଳି


କହୁଥିଲା କାନେ ମୋ ଭାରତ ମାତା

                 ଶୁଣ ଟିକେ ମନଦେଇ

ହିନ୍ଦୁ, ମୁସଲିମ୍ ସମସ୍ତେ ସମାନ

                 ତୁମେ ଅଟ ସବୁ ଭାଇ


ରକତର ନଦୀ ବୁହାଅନା ଆଉ

                କାନ୍ଦୁଛି ମୁଁ କଇଁ କଇଁ

ସମୟ ଆସିବ ସବୁ ବଦଳିବ

                ଏ କଥା କହୁଛି ମୁହିଁ


ଅଯୋଧ୍ୟାରେ ଏବେ ମନ୍ଦିର ହୋଇବ

             ସମସ୍ତେ ହୋଇବେ ଏକ

ମସ୍ଜିଦ୍ ପୁଣି ଗଢି ଉଠିଯିବ

               ସଭିଙ୍କ ମାଲିକ ଏକ


ହିନ୍ଦୁ ଜିତି ନାହିଁ କି ମୁସଲିମ୍ ହାରିନି

                 ଜିତିଛି ମାନବିକତା

ଶାନ୍ତି, ମୈତ୍ରିର ପ୍ରତୀକ ଯେ ପୁଣି

                ଧନ୍ୟ ମୋ ଭାରତମାତା

                 


Rate this content
Log in

Similar oriya poem from Inspirational