STORYMIRROR

SUBASH CHANDRA KHUNTIA

Abstract Others

3  

SUBASH CHANDRA KHUNTIA

Abstract Others

ମୁଁ ଫୁଲଟିଏ କହୁଛି

ମୁଁ ଫୁଲଟିଏ କହୁଛି

1 min
182

ଫୁଲଟିଏ ମୁହିଁ କହି ପାରୁ ନାହିଁ କଣ ଭଲ ଲାଗେ ମୋତେ

ଅନ୍ତର ବେଦନା କେହି ଶୁଣନ୍ତିନି ଛିଣ୍ଡାଇ ନିଅନ୍ତି ହାତେ


କିଏ ମୋତେ ନିଏ ଇଶ୍ବରଙ୍କ ପାଇଁ କେ କରେ ଗଜରା ହାର

କେ ପୁଣି ସଜାଏ ନିଜ ଚେହେରାକୁ କରି ମୋତେ ଆପଣାର


ଫୁଲଟିଏ ମୁହିଁ କିପରି କହିବି ଦେଉଳେ ଠାକୁର ନାହିଁ

ପ୍ରତିମାକୁ କିଆଁ ଫୁଲମାଳ ଦିଅ କିଛି ତ ପାଇବା ପାଇଁ


ଅନ୍ତରରେ ତୁମ ଇଶ୍ବର ଶିବିର ଦେଉଳର ଲୋଡା ନାହିଁ

ପ୍ରତିମାକୁ କିଆଁ ଫୁଲମାଳ ଦିଅ କିଛି ତ ପାଇବା ପାଇଁ


ଅନ୍ତରରେ ତୁମ ଇଶ୍ବର ଶିବିର ମନ୍ଦିରର ଲୋଡା ନାହିଁ

ନିଜର ମନକୁ ନିଜେ ସଫା କର ଇଶ୍ବର ପାଇବା ପାଇଁ


ଚାହେଁ ନାହିଁ ମୁହିଁ ପଡି ରହିବାକୁ ମଧୁ ସଜ୍ୟା ବିଝଣାରେ

ସକାଳ ହେଲେ ତ ଫିଙ୍ଗା ହୋଇଥାଏ କେଉଁ ନାଳ ନର୍ଧମାରେ


ଫୁଲଟିଏ ବୋଲି କେହି ଜାଣନ୍ତିନି ମୋହର ଭି ମନ ଅଛି

ସବୁଠୁ ଅଲଗା ମୋର ମନଭାବ ସେଥିରେ ମୁଁ ସଦା ଖୁସି


ସକାଳୁ ସକାଳୁ ପ୍ରାର୍ଥନା ମୁଁ କରେ ମୋର ସେହି ଇଶ୍ବରଙ୍କୁ

ଦିଅ ମୋତେ ଶକ୍ତି ଅସୀମ ସାହସ ମନ କଥା କହିବାକୁ


ଚାହେଁ ମୁହିଁ ଆଜି ଶେଜ ହୋଇବାକୁ ମୋ ଭାଇ ମାନଙ୍କ ପାଇଁ

ଏହି ଦେଶ ପାଇଁ ଲଢୁଥାନ୍ତି ସଦା ଯେ ତୁମ ସୁବିଧା ପାଇଁ


ନିଜ ସୁଖ ଦୁଃଖ ଭୁଲିଯାନ୍ତି ସିଏ ଏ ଭାରତ ମାତା ପାଇଁ

ଗୁଳି ଖାଇ ମଧ୍ୟ ପୁଣି ଲଢୁଥାନ୍ତି ଏ ଦେଶର ରକ୍ଷା ପାଇଁ


ତାଙ୍କ ଚଲାପଥେ ବିଛାଡି ଦିଅରେ ହେ ମୋର ଭଉଣି ଭାଇ

ଫୁଲ ଜନମର ସାର୍ଥକ ହୋଇବ ଧନ୍ୟ ଏ ଭାରତ ଭୂଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract