STORYMIRROR

SUBASH CHANDRA KHUNTIA

Inspirational

3  

SUBASH CHANDRA KHUNTIA

Inspirational

ହୃଦୟର ପ୍ରେମ ପାତ୍ର

ହୃଦୟର ପ୍ରେମ ପାତ୍ର

1 min
248

ବହୁ ଦୁର ପ୍ରଭୁ ଆଣିଅଛ ମୋତେ

      ଶିଖାଇଛ ବହୁ ତତ୍ତ୍ୱ

ହୃଦୟରେ ଆଜି ଖୁସି ତ ଭରିଛି

     ଦେଖି ନବ ନବ ସତ୍ୟ ll


କେଉଁ କର୍ମ ପ୍ରଭୁ ସାଧିବି ଜୀବନେ

      କହିଦିଅ ଥରେ ମୋତେ

କେଉଁ ଧ୍ରୁବତାରା ହେବ ମୋର ଲକ୍ଷ୍ୟ

      ଧାଇଁବି ଉଷତ ଚିତ୍ତେ ll


ନାହିଁ ମୋର ଜ୍ଞାନ ନାହିଁ ମୋର ଗୁଣ

      ନାହିଁ ମୋର ମନ ଧର୍ମ

ନାହିଁ ମୋର ପ୍ରଭୁ ହୃଦୟର ବଳ

      ନାହିଁ ମୋର ମନ କର୍ମ ll


ନିତି ହୁଏ ଭୟ ଡୁବିବି ଡୁବିବି

     ଧରିଅଛ ଏକା ମୋତେ

କି ପାଇଁ ଧରିଛ କିପାଇଁ ରଖିଛ

     କି କର୍ମ କରିବି ସତେ ll


ଶତ ଶତ ଆଶା ହୃଦୟେ ମୋହର

     ନିମିଷେ ଉଠୁଛି ଜାଗି

ଅସାର ସଂସାର ଜାଣିଛି ବୁଝିଛି

      ମଜ୍ଜିବି ମୁଁ କାହା ଲାଗି ll


ଚିର ଅଯୋଗ୍ୟ ମୁଁ ଚିର ଦୀନହୀନ

     ନାହିଁ ମୋର ଭବେ କେହି

ଆଣି ନାହିଁ କିଛି ସଙ୍ଗରେ ମୋହରି

     କାହାକୁ ନ ଯିବି ନେଇ ll


ଦିଅ ମୋତେ ଶକ୍ତି କରିବି ଯେପରି

     ସଂସାରର ସେବା ମାତ୍ର

ପୂର୍ଣ୍ଣ କର ତୁମ ପ୍ରେମରେ ମୋହର

     ହୃଦୟର ପ୍ରେମ ପାତ୍ର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational