STORYMIRROR

SUBASH CHANDRA KHUNTIA

Abstract

3  

SUBASH CHANDRA KHUNTIA

Abstract

ହେ ଆଗାମୀ ନବବର୍ଷ

ହେ ଆଗାମୀ ନବବର୍ଷ

1 min
290

ପ୍ରତିବର୍ଷ ପରି ନବବର୍ଷ ଆସିବ ଏଥର

ମନ ହେଉନାହିଁ କରିବାକୁ ସ୍ବାଗତ ତୁମର


ଗତବର୍ଷ ସ୍ବାଗତେ ମୁଁ ହୋଇଥିଲି ଆତ୍ମହରା

ହେଲେ ଦେଇଗଲ ତୁମେ ମୋତେ ଦୁଃଖର ପସରା


ନାରୀ ନିର୍ଯାତନା ଶୁଣେ ଆଜି ସଭ୍ୟ ସମାଜରେ

ମାଆ ପୁଣି ଦଣ୍ଡ ପାଏ ତାର ସନ୍ତାନ ହାତରେ

   

ଗ୍ରାମେ ଗ୍ରାମେ ହାହାକାର ଆଜି କର୍କଟ ରୋଗରେ

ଶବ ବୁହା ଚାଲେ ଏଠି ପୁଣି ପ୍ରତି ମୁହୁର୍ତରେ 


ରାସ୍ତା ଦୁର୍ଘଟଣା ହୁଏ ଏଠି ପ୍ରତି ମୁହୁର୍ତରେ    

ବାଳ ଶ୍ରମିକର ସଂଖ୍ୟା ପୁଣି ବଢେ ମୋ ଦେଶରେ   


ଜାତି, ଧର୍ମ ନାମରେ ତ ଆଜି ଚାଲୁଛି ଲଢେଇ

ହିନ୍ଦୁ ଭାଇ ପୁଣି ମାରେ ତା ମୁସଲମାନ ଭାଇ


ରୁଣ ଭାରେ ମୃତ୍ୟୁ ହୁଏ ଆଜି କୃଷକ ଭାଇର

ମିଥ୍ୟା ପ୍ରବଚନ ଆଦି ପୁଣି ନାନା କୁସଂସ୍କାର


ବନ୍ୟା ବାତ୍ୟିା ଆଦି ପୁଣି ନାନା ରାସ୍ତା ଦୁର୍ଘଟଣା

ଏମିତି ଅନେକ କେତେ ଯେ ପୁଣି ଦୁଃଖଦ ଘଟଣା


ଦେଇ ପାରବକି ପ୍ରତିଶୃତି ଆସିବ ଏଥର

ଦୁର୍ଦିନ ଦେଖିବେ ନାହିଁ କେବେ ଲୋକେ ମୋ ଦେଶର 


କୁହ ତୁମେ ପାରିବକି କରି କିଛି ପ୍ରତିକାର

ମଣିଷ ଜୀବନ କେବେ ହେବନାହିଁ ଛାରଖାର


ତେବେ ପୁଣି ଯାଇ ତୁମ ପାଦେ କରିବି ବନ୍ଦନା

ତୁମରି ସ୍ବାଗତେ ମୁହିଁ ହୋଇଯିବି ଆତ୍ମହରା


             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract