Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUBASH CHANDRA KHUNTIA

Inspirational

4.5  

SUBASH CHANDRA KHUNTIA

Inspirational

ବାହୁଡିଲେ ହରି ପାର୍ବଣ ସ୍ବାଗତେ

ବାହୁଡିଲେ ହରି ପାର୍ବଣ ସ୍ବାଗତେ

1 min
347


ବଡଦାଣ୍ଡେ ଆଜି ଗହଳ ଚହଳ

            ଜଗା ମୋ ଆସିବ ବୋଲି

ରତ୍ନ ସିଂହାସନ ଅନାଇ ରହିଛି

            ଆସିବ ସେ ଝୁଲି ଝୁଲି ।


ଚାତକ ପରି ତ ଚାହିଁ ବସିଛନ୍ତି

            କାହିଁ କେତେ ଭକ୍ତ ବୃନ୍ଦ

ନନ୍ଦିଘୋଷ ଆଜି ଫେରି ତ ଆସିବ

            ଶୁଭୁଥିବ ଶଙ୍ଖନାଦ ।


ପାପ ଧୋଇଯିବ ପୁଣ୍ୟ ମିିଳିଯିବ

             ତାର ଦରଶନ ବଳେ

କୋଟିଏ ଜନ୍ମର ତପସ୍ୟା ତ ଥିଲେ

              ତାର ସହ ଦେଖା ମିଳେ ।


ଧନ ଯଉବନ ଫିକା ପଡେ ଏଠି

             ସୁନା ରୁପା ତୁଚ୍ଛ ହୁଏ

ତା ବଡଦାଣ୍ଡରେ ତାକୁ ଦେଖିଦେଲେ

             ଏ ଜୀବନେ ଧନ୍ୟ ହୁଏ ।


କିଛ ମୁଁ ମାଗୁନି ତୋତେରେ କାଳିଆ

               ପାଦପଦ୍ଳେ ଥାଉ ମନ

ତୋ ବଡଦାଣ୍ଡରେ ତୋ ରଥ ଟାଣିବି

               ଥାଉ ଥାଉ ଏ ଜୀବନ ।



Rate this content
Log in

Similar oriya poem from Inspirational