ଭାବରେ ଭଗବାନ
ଭାବରେ ଭଗବାନ
ଲେଖିବସିଛି ମୁଁ ଆଜିରେ କାଳିଆା
ତୋଠାରେ ରଖିଛି ମନ
ପ୍ରତିଯୋଗିତାର ଶେଷ ଦିନ ଆସି
ଭାବରେ ତ ଭଗବାନ।
ଅନାଥର ନାଥ ତୁହିରେ କାଳିଆ
ତୁହି ପରା ଜଗନ୍ନାଥ
ତୋର ଶ୍ରୀମନ୍ଦିର ପୃଥିବୀ ପ୍ରସିଦ୍ଦ
ନନ୍ଦିଘୋଷ ତୋର ରଥ।
ଘଟଣା ବହୁଳ କଥା ସବୁ ଯେତେ
ତୋହ ଠାରେ ଠୁଳ ଥାଏ
ଏ ଛାର ମଣିଷ ସବୁ ଦେଖୁଥାଏ
ଜାଣି ଭି ଅଜଣା ହୁଏ।
ଶବର ହୋଇ ଭି ସେହି ବିଶ୍ବାବସୁ
ପାଇଥିଲା ଅଧିକାର
ତୋର ପୂଜା କରି ତୋର ଗୁଣ ଗାଇ
ଏ ସଂସାରୁ ହେଲା ପାର।
ଭକତିରେ ପରା ସେ ବନ୍ଧୁ ମହାନ୍ତି
ପାଇଥିଲା ଏକା ତୋତେ
ପାଗଳ ହୋଇଲୁ ତାର ଭକତିରେ
ରତ୍ନ ଥାଳି ଦେଲୁ ହାତେ।
କେତେ ଯେ ତପସ୍ୟା ଇନ୍ଦ୍ରଦ୍ୟୁମ୍ନ କଲା
ଗଢିବାକୁ ଶ୍ରୀମନ୍ଦିର
ଇତିହାସରେ ତ ରହିଗଲା ଗାଥା
ରହିଛି ଗୁଣ୍ଡିଚା ଘର।
ତୋ ବଡଦାଣ୍ଡରୁ ତୋର ଶ୍ରୀମନ୍ଦିର
ଯେ ଭକତ ଦେଖୁଥାଏ
ହୃଦୟରେ ସଦା ତୋତେ ରଖିଥାଏ
ତୋର ଗୁଣ ଗାଉଥାଏ।
ବାଇଶି ପାହାଚ ଚଢି ଚଢି ଯେବେ
ଭକତ ତୋ ପାଶେ ଯାଏ
କେତେ ଜନମର ପାପ ଧୋଇଯାଏ
ଏ ଜୀବନେ ଧନ୍ୟ ହୁଏ।
ସେ ଭିଡ ଭିତରେ ଚାଲୁଥାଏ ଯେବେ
ଜୟ ଜଗନ୍ନାଥ କହି
ତୋ ଚକାଆଖି ରେ ମିଶେ ନାହିି ଆଖି
ଲୁହ ଧାର ଯାଏ ବୋହି।
ତୋ ମହାପ୍ରସାଦ କେତେ ଯେ ପବିତ୍ର
ତୁଳନା ତାର ତ ନାହିଁ
କିଏ ହୁଏ ବନ୍ଧୁ କିଏ ପୁଣି ଭାଇ
ତୋ ମହାପ୍ରସାଦ ଖାଇ।
ଆଦିମ କାଳରୁ କଥା ଅଛି ପରା
ତୋର ଦର୍ଶନକୁ ନେଇ
ନ ଚାହିଁଲେ ତୁହି ପୁରୀ ତୋ ଘରକୁ
କେହି ନ ପାରନ୍ତି ଯାଇ।
ଲେଖୁଥିଲେ ପରା ଲେଖି ଚାଲୁଥିବି
ସରିବନି ତୋର କଥା
ଆକାଶ ଆଜି ଭି ପୃଥୀବୀର କାନେ
ଗାଉଛି ତୋ ଜୟ ଗାଥା।
ଅତୁଟ ରହିଛି ଅତୁଟ ରହିବ
ଭାବ ଭରା ଏ ବନ୍ଧନ
ଶେଷ ଦିନରେ ଏ ଶେଷ ପ୍ରତିଯୋଗୀ
ଭାବରେ ତୁ ଭଗବାନ ।
