STORYMIRROR

SUBASH CHANDRA KHUNTIA

Inspirational

4  

SUBASH CHANDRA KHUNTIA

Inspirational

ମୋ ମାର୍ଗଦର୍ଶକ

ମୋ ମାର୍ଗଦର୍ଶକ

1 min
8


କେତେ ଜନମର ତପସ୍ୟା ବଳରେ

                ମିଳେ ପରା ଅନୁକୂଳ

ଏ ଜୀବନେ ଯିଏ ତୁମକୁ ନ ପାଏ

               ପାଏ ନାହିଁ ଥଳ କୁଳ।।


ତୁମେ ମୋର ପାଶେ ଅଛ ବୋଲି ଆଜି

              ନାହିଁ ମୋ କାହାକୁ ଡର

ଅଢେଇ ଦିନିଆ ସଂସାର ତ ଏଠି

              କେହି ନୁହେଁ ଆପଣାର।।


ପ୍ରେମର ସାଗର, ଶାନ୍ତିର ପ୍ରତିକ

              ଶ୍ରେଷ୍ଟ ତୁମେ ଏ ବିଶ୍ବରେ

ମାନବ କଲ୍ୟାଣ ପାଇଁ ପରା ତୁମେ

              ଜନମିଛ ଏ ଧରାରେ।।


କଷ୍ଟ କଲେ କୃଷ୍ଣ ମିଳି ଭି ତ ଥାଏ

               ଇତିହାସେ ଅଛି ଲେଖା

ଏକ ମନ ଏକ ପ୍ରାଣରେ ପୂଜିଲେ

               ତୁମ ସହ ହୁଏ ଦେଖା।।


ଦୁଃଖ ଦୁର ହୁଏ ଭୟ ମିଟିଯାଏ

             ତୁମ ନାମ ତୁଣ୍ଡେ ଥିଲେ

ଦସ୍ୟୁ ରତ୍ନାକର ବାଲ୍ଳୀକୀ ପାଲଟେ

             ତୁମକୁ ଯେ ପୂଜେ ଭଲେ।।


ତୁମେ ପରବ୍ରହ୍ଳ ସାକାର ବିଧାତା

              ତୁମେ ହେ ସତ୍ୟ ସୁନ୍ଦର

ସାରା ବିଶ୍ବ ଆଜି ତୁମ ଶରଣରେ

              ତୁମେ ହେ ପୂଜ୍ୟ ଠାକୁର।।


ଶ୍ରୀହୀନ ଦିଶେ ସେହି ଘର ପରା

             ତୁମେ ଅନାଦର ଯହିଁ

ଭଲପାଇବା ତ ଅଭାବ ସେଠାରେ

              ଭକତି ଯେ ଉଣା ତହିଁ।।


ପରିବାର ଗଢି ତୁମେ ଶିଖାଇଲ

             ଜୀବନର ମନ୍ତ୍ର ଦେଇ

ଲଘୁରେ ସିନେହ ଗୁରୁରେ ସମ୍ମାନ

             ସୁଖୀ ପରିବାର ହୋଇ।।


ଗୋଟିଏ ପlତ୍ରରେ ଖାଇବା ବାରଣ

             ସଦାଚାର ଶିଖାଇଲ

ସମସ୍ତେ ଅଲଗା ଥାଳିରେ ପରସି

             ଏକାଠି ଖାଇବା ଭଲ।।


ପିତା ମାତା ପ୍ରତି ଭକ୍ତି ଅନୁରକ୍ତି

             ତୁମର ପ୍ରଦତ୍ତ ନୀତି

ପ୍ରାର୍ଥନା ଶେଷରେ ସବୁ ଗୁରୁଜନେ

             ପ୍ରଣମିତ ମଥା ନତି।।


ତୁମେ ହିଁ ଆଙ୍କିଛ ଆମ ମାନଚିତ୍ର

              ଟାଣିଛ ଲକ୍ଷ୍ମଣ ରେଖା

ତୁମକୁ ଧରିଲେ ଏ କଳି ଯୁଗରେ

              ନ ହୁଏ ରାବଣ ଦେଖା।।


ତୁମେ ମୋ ଆଦର୍ଶ ଶାଶ୍ବତ ବିଧାତା

              ତୁମେ ମୋ ମାର୍ଗଦର୍ଶକ

ମାଟି ଜଳ ବାୟୁ ତୁମରି ସୃଜନା

              ତୁମେ ଏ ଜାତିର ଟେକ।।














               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational