ହୃଦ ମନ୍ଦିର ମୋ ସଜାଡି ଚାଲିଛି
. ତୁମେ ତ ଆସିବ ବୋଲି
ଗର୍ବ ଅହଂକାର କାମନା ବାସନା
. ସବୁ କୁ ଦେଇଛି ଠେଲି ||
ତୁମେ ତ ଆସିବ ବୋଲି. ........
ହୃଦ ବଗିଚାରେ ଚାରା ରୋପିଥିଲି
. ଫୁଲ ମୁଁ ତୋଳିବି ବୋଲି
ସ୍ନେହ ମମତାର ଫୁଲ ମହକୁଛି
. ପାଖୁଡା ଦେଇଛି ମେଲି ||
ତୁମେ ତ ଆସିବ ବୋଲି. .....
ଆନ ଆସନ ତ ନାହିଁ ମୋର ପ୍ରଭୁ
. ସିଂହାସନ ଅଛି ଖାଲି
ନୟନରୁ ଜଳ ବୁହାଇ ଚାଲିଛି
. ଚରଣ ଧୋଇବି ବୋଲି
ତୁମେ ତ ଆସିବ ବୋଲି. ....
ତୁମେ ଆସିଗଲେ ଥରୁଟିଏ ମାତ୍ର
. ହୃଦ ମନ୍ଦିର ମୋ ଖୋଲି
ପରମାତ୍ମାଙ୍କର ସାନିଧ୍ୟ ଲଭିବି
. ଭାବନା ରାଇଜେ ଚାଲି ||
ତୁମେ ତ ଆସିବ ବୋଲି. ..........