Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUBASH CHANDRA KHUNTIA

Inspirational

4.5  

SUBASH CHANDRA KHUNTIA

Inspirational

ମାଆ ତୁମେ ଆସିବ ବୋଲି

ମାଆ ତୁମେ ଆସିବ ବୋଲି

1 min
246


ମାଆ ତୁମେ ଆସିବ ବୋଲି

      ଗାଆଁ ଦାଣ୍ଡେ ଭିଡ ଭାରି

ସବୁରି ମୁହଁରେ ତୁମ ଆଲୋଚନା

       ପାର୍ବଣ ଆସିବ ବୋଲି            

ମାଆ ତୁମେ ଆସିବ ବୋଲି ।


ପୁଅ ଦେଇଅଛି ଛୁଟି ଦରଖାସ୍ତ

         ପାର୍ବଣ ଦେଖିବ ବୋଲି

ଉପହାର କିଣେ ସଭିଙ୍କ ପାଇଁକି

          ମାଆ ପାଇଁ କିଣେ ଶାଡି

ମାଆ ତୁମେ ଆସିବ ବୋଲି ।


ସୀତା ମାତାଙ୍କର ସେହି ଅପମାନ

          କେହି ତ ଯାଇନି ଭୁଲି

ପତ୍ନୀ ଆଜି ବଡ ଗର୍ବରେ କହୁଛି

           ସମ୍ମାନର ସେ ଅଧିକାରୀ

ମାଆ ତୁମେ ଆସିବ ବୋଲି ।


ନାରୀକୁ ଦୁର୍ବଳା ଯେବେ କୁହାଯାଏ

           ତୁମେ ମନେପଡ ଭାରି

ରାଣୀ ଲକ୍ଷ୍ମୀ ବାଇ ଇତିହାସ ରଚେ

           କେ ଅବା ପାରିବ ଭୁଲି

ମାଆ ତୁମେ ଆସିବ ବୋଲି ।


ନାରୀ ଅତ୍ୟାଚାର ଯେବେ ବଢି ଚାଲେ

              ତୁମ ପାଶେ ଯାଏ ଚାଲି

ଫୁଲନ୍ ଦେବୀର ବନ୍ଧୁକର ଗୁଳି

              ମନରୁ ଯାଇନି ଭୁଲି

ମାଆ ତୁମେ ଆସିବ ବୋଲି ।


ଦାନବ ଜାତିର ଅତ୍ୟାଚାରେ ଯେବେ

            ପୃଥୀବୀ ହୋଇଲା ଖାଲି

ମହିଶାଶୁରର ବଦ୍ଧ କଲ ତୁମେ

            ପାରିବିନି କେବେ ଭୁଲି

ମାଆ ତୁମେ ଆସିବ ବୋଲି ।


ସଜାଇ ରଖିଛି ଗଜରା ହାର ମାଆ

              ସଜାଡିଛି ପୁଜା ଥାଳି

ତୁମେ ଆସିଗଲେ ଥରଟିଏ ମାଆ

                ଏ ଜୀବନୁ ଯିବୁ ତରି

ମାଆ ତୁମେ ଆସିବ ବୋଲି ।


Rate this content
Log in

Similar oriya poem from Inspirational