STORYMIRROR

Bijaya Panda

Inspirational

3  

Bijaya Panda

Inspirational

ମୋ ସାଙ୍ଗ ମୋ ପ୍ରେରଣା

ମୋ ସାଙ୍ଗ ମୋ ପ୍ରେରଣା

1 min
207

ବାଲ୍ୟ ସାଙ୍ଗ ବଂଶୀଧର

ସ୍କୁଲ ଜୀବନ ପ୍ରଥମ ରୁ ଦଶମ

ତା ସହ ହିଁ କଟିଛି

ପିଲାଟି ଦିନରୁ ଵାପା ଛେଉଣ୍ଡ

ମାତ୍ର ଜ୍ଞାନୀ ଗୁଣି ପିଲାଟିଏ

ହେଲେ ମା ତାର ଭାରି ଧର୍ଯ୍ୟବାନ

ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାରି ପିଲାକୁ ବଡ଼ କରାଏ


ବଂଶୀଧରର ମା ଛୋଟ ମୋଟ ବ୍ୟବସାୟ କରି

ମାତ୍ର ଅଳ୍ପ କିଛି ପଇସା ଦେଇପାରେ


କିନ୍ତୁ ବଂଶୀଧର ତାର ଅଗାଧ ପରିଶ୍ରମ ପାଇଁ

ରାଜ୍ୟର ସବୁଠୁଁ ଭଲ ବୈଷୟିକ ବିଜ୍ଞାନ କଲେଜରେ

ପଢ଼ିବକୁ ଯୋଗ୍ୟ ବିବେଚିତ ହୁଏ

ଆଉ ତାପରେ ଡିଆର୍ଡିଓ ରେ ଵୈଜ୍ଞାନିକ

ଭାବେ ଚାକିରୀ ପାଏ


ନିପଟ ମଫସଲ ଯେଉଁଠି ବର୍ଷା ଦିନରେ

ଯମ ବି ଯିବାକୁ ଇଛା କରେନି

ସେମିତି ଜାଗାରୁ ଜଣେ ଡିଆର୍ଡିଓ ବୈଜ୍ଞାନିକ

ସୃଷ୍ଟି ହେବା ଏକ ନୂଆ ଯୁଗର ଆରମ୍ଭ ଥିଲା

ସେଇ ବଂଶୀଧର ମୋ ଭଳି

ଅନେକ ପିଲାଙ୍କ ପାଇଁ ପ୍ରେରଣା ପାଲଟି ଯାଇଥିଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational