STORYMIRROR

SARATA KUMAR DAS

Inspirational

3  

SARATA KUMAR DAS

Inspirational

ନୂଆ ବରଷକୁ ଚିଠିଟିଏ

ନୂଆ ବରଷକୁ ଚିଠିଟିଏ

1 min
383


ହେ ନୂଆ ବରଷ ଲେଖୁଛୁ ହରଷେ

          ଖୁସି ମନେ ଏହି ଚିଠିଟି,

ପଢିବ ଯତନେ ଆସିବ ମରତେ

          ରହିଛୁ ଅନାଇ ଆମେଟି ।।


ବରଷକ ଥରେ ପାଦ ପକାଇବ

          ଧୀରେ ଧୀରେ ତମେ ମହୀରେ,

ଶୀତୁଆ ପବନ ବହୁଥିବ ଧୀରେ

          ସକାଳ କଅଁଳ ଖରାରେ ।।


ନୂଆ ନୂଆ କେତେ ଦରବ ଆଣିବ

          ଉପହାର ଦେବ ଆମକୁ ,

ଆମେ କୁନା,କୁନି,ବାବୁଲା,ବାବୁଲି 

          ସ୍ବାଗତ କରିବୁ ତମକୁ ।।


ବାଜୁଥିବ ବାଜା ଫୁଟୁଥିବ ବାଣ

          ହସ ଖୁସି ଚଉଦିଗରେ,

କେତେ ଭୋଜି ଭାତ ଆନନ୍ଦ ଉଲ୍ଲାସ 

          ଫାଟିପଡୁଥିବ ମଜାରେ ।।


ସବୁରି ଆଖିରୁ ପୋଛି ଦେବ ଲୁହ

          ହସି ହସି କଥା କହିବ,

ରାଗ କରିବନି ଦୁଃଖ କରିବନି

          ସଭିଙ୍କର ମନ ମୋହିବ ।।


ଦିନ ସବୁ ଆମ ହସେ କଟିଯାଉ

          ଏହି ଅଳି ତମ ପାଦରେ,

ଆମ ମାଆ ମାଟି ଜନମ ଭୂଇଁକୁ

          ରଖିବଟି ସଦା ଶାନ୍ତିରେ ।।


ଅନ୍ୟାୟ, ଅନୀତି, ହିଂସା ଓ କପଟ

           ମିଛ ,ରକ୍ତପାତ, ଗରବ,

ଦୂର କରିଦେବ ହେ ନୂଆ ବରଷ

          ଏହି ନିବେଦନ ରଖିବ  ।।


ସଦା ଭରିଦେବ ଯଶ ଗଉରବ

          ଏହି ଆମ ପୁଣ୍ୟ ମାଟିରେ,

ବିପଦେ ଆପଦେ ଲଢିବାକୁ ଦେବ

          ଶକତି କଅଁଳ ଛାତିରେ ।।


ଦେଶ ପାଇଁ ଆମେ ଜୀବନ ଦେବୁରେ

              କରୁଛୁ ଆଜି ଏ ଶପଥ,

ଆସୁ ଯେତେ ଝଡ ଆସୁ ଯେତେ ଝଞ୍ଜା

              ହସି ହସାଇବୁ ଜଗତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational