STORYMIRROR

Sasmita Choudhury

Inspirational

3  

Sasmita Choudhury

Inspirational

ଶିକ୍ଷକତା

ଶିକ୍ଷକତା

1 min
579


ପ୍ରକୃତ ଶିକ୍ଷକ ଜୀବନ ସାରା ଯେ

ଦୀପ ହୋଇ ଜଳୁଥାଏ। 

ପିତା, ମାତା ଆଉ 

ବନ୍ଧୁ ଭାବର ସୁସମନ୍ୱୟ ଟିଏ। 

ଶିକ୍ଷକ ଏକ

ଶାସନ ପଛର ସମାହିତ ଶୁଭ ଦୃଷ୍ଟି, 

ଅଜ୍ଞାନ ତିମିର ମହାସାଗରରେ

ଦିଗବାରେଣି ସେ-

ସମାଜ ସଂସ୍କାର - ଗୁରୁ ଦାୟିତ୍ୱର

ସଂପାଦନ ଲାଗି

ଯୁଗେ ଯୁଗେ ଯା'ର ସୃଷ୍ଟି। 


ନିରନ୍ତର ଯିଏ ଛାତ୍ର ରୂପରେ

ଜ୍ଞାନ-ଗଙ୍ଗାର 

ହୁଅଇ ପିପାସୁ ଆତ୍ମା, 

ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ସ୍ବରୂପ ସେ

ପଥ ପ୍ରଦର୍ଶକ ଆଲୋକ ବର୍ତ୍ତିକା

ସାକ୍ଷାତ ସେ ପରମାତ୍ମା। 


ଶାଶ୍ୱତ ତାଙ୍କ ଶିକ୍ଷାର ଆଲୋକ 

ଉଦ୍ଭାସିତ କାଳେ କାଳେ, 

ଅମୃତ ଧାରା ଆଶୀଷ ତାଙ୍କର 

ଅମୂର୍ତ୍ତ କାଳଜୟୀ ପ୍ରଭାବର

ଅବିନାଶୀ ଶକ୍ତି ସ୍ଥଳେ। 


ଶିକ୍ଷକତା ନୁହେଁ ବୃତ୍ତି 

ଏହା ଏକ ନିରନ୍ତର ନିଷ୍ଠା ବ୍ରତ 

ଶି-ଶିଷ୍ଟାଚାର, କ୍ଷ - କ୍ଷମାଶୀଳ

କ- ରୁ କର୍ତ୍ତବ୍ୱନିଷ୍ଠ। 

ତୀକ୍ଷଣ ଅସୀ ଧାରେ 

ବାଟ ଚାଲିବାର ପେଷା ନୁହେଁ 

ଏହା କଳା, 

ଯୁଗାନ୍ତବିସ୍ତାରୀ ଗୁରୁ - ଶିଷ୍ୟର

ମହିମା ମଣ୍ଡିତ 

ଏହା ଏକ ପରମ୍ପରା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational