STORYMIRROR

Sudhir Kumar Panda

Abstract

4  

Sudhir Kumar Panda

Abstract

ଶିଳ୍ପାୟନ

ଶିଳ୍ପାୟନ

1 min
22.8K


ମାନବ ଜୀବନ ଧାରଣାର ଅର୍ଥେ ଖାଦ୍ୟ ବସ୍ତ୍ର ବାସଗୃହ

ସଭ୍ୟତା ଉନ୍ନତି କରି କରି ଚାଲେ ବଢି ବଢି ଯାଏ ମୋହ।

ସୁବିଧା ସୁଯୋଗ ପାଇଁ ବିନିଯୋଗ ନିତ୍ୟ ଉନ୍ନତିର ଜ୍ଞାନ

ସମୟ ସହିତ ତାଳ ଦେଇ ଦେଇ ବଢିଚାଲେ ଯନ୍ତ୍ର ଜ୍ଞାନ।

କର୍ମ କୁଶଳର ସାଧନା ସକାଶେ କଳ କାରଖାନା ଯନ୍ତ୍ର

ଯନ୍ତ୍ର ଜୀବନରେ ପ୍ରଗତିର ମନ୍ତ୍ର ଗଢି ତୋଳଇ ସ୍ବତନ୍ତ୍ର।

ଜୀବନ ଧାରଣା କଳ କାରଖାନା ମାନବ ଚାହିଦା ପାଇଁ

ଜନ ରୋଜଗାର ସହଜ ସୁନ୍ଦର ଜୀବନର ମାନେ ଚାହିଁ।

ଲାଭଖୋର ମନ ଜୀବନ ଧାରଣ ମାନଟିକୁ ଗଲା ଭୂଲି

ନିଜ ହାତେ ନିଜ ଜିହ୍ବା ସେ ଛେଦିଲା ସମାଜକୁ ମାରି ଗୁଲି।

ଶବ୍ଦ ପ୍ରଦୂଷଣ ବାୟୁ ପ୍ରଦୂଷଣ ମନ ପ୍ରଦୂଷଣ ହେଲା

ସମୃଦ୍ଧି ନାମରେ ଜୀବନ ଭୂଲିଲା ଡାକି ଆଣି ନାମ ନେଲା।

ଧୂଆଁର ଭିତରେ ସଭ୍ୟତା ବୁଡିଲା ଉନ୍ନତିର ଅନ୍ଧମୋହେ

ଏବେ ନ ଚେତିଲେ ଅନ୍ଧାରେ ବୁଡିବ ଶିଳ୍ପ ଏ କଥାଟି କହେ।


Rate this content
Log in

Similar oriya poem from Abstract