STORYMIRROR

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Abstract

କୋରନାର ବିଶ୍ଵଲୀଳା

କୋରନାର ବିଶ୍ଵଲୀଳା

1 min
23.9K


ମାଳିକା କୋକୁଆ କଳିରେ ଆସିଲା

ଗୃହ ବନ୍ଦୀ କରିଦେଲା

କି ରୋଗ ଆସିଲା ଭଲା.........(ଘୋଷା)


ଚାଇନା ଦେଶର ଉହାନ ସହରେ

କୋରନା ଜନମ ହେଲା

ଦେଶ ବିଦେଶରେ ବଂଶ ବିସ୍ତାରିଲା

ମଣିଷ ଜୀବନ ନେଲା

କି ରୋଗ ଆସିଲା ଭଲା........।।


ବସି ବସି ଘରେ ନିଦ ହେଉନାହିଁ

ସ୍ୱଚ୍ଛତାର ଶିକ୍ଷା ଦେଲା ।

ହାତ ଧୁଆ ସଂଗେ ବାସନ ମାଜିବା

ରୋଷେଇରେ ବେଳ ଗଲା 

କି ରୋଗ ଆସିଲା ଭଲା.........।।


ଟିଭି ଦେଖିବାକୁ ବିରକ୍ତ ଲାଗିଲେ

ମୋବାଇଲି କରି ଖୋଲା

ଦେଖି ଦେଖି ଆଖି ଖରାପ ହେଉଛି

ଆଙ୍ଗୁଠି ଦରଜ ହେଲା 

କି ରୋଗ ଆସିଲା ଭଲା.........।।


ଘରେ ଘରେ ଏବେ ଗହଳି ଚହଳି

ବିଦେଶୀ ଘରେ ଫେରିଲା

ଭିଟାମାଟି ଯିଏ ଭୁଲି ଯାଇଥିଲା

ଗାଆଁକୁ ଭଲ ପାଇଲା  

କି ରୋଗ ଆସିଲା ଭଲା.........।।


ଘରର ଘରଣୀ ଏବେ ସାଆନ୍ତାଣୀ

ହୁକୁମ ଜାହିରୀ କଲା

ସରକାରଙ୍କର କଡା ନିୟମରେ

ପୁରୁଷ ପାଟିରେ ତାଲା

କି ରୋଗ ଆସିଲା ଭଲା.........।।


ଡାକ୍ତର ଖାନାରେ ଡାକ୍ତର ନଅର୍ସ

କର୍ତ୍ତବ୍ୟରେ ନାହିଁ ହେଳା 

ସାବଧାନ ହୋଇ କାମ ନ କରିଲେ

କୋରନା ହାତରେ ମଲା 

କି ରୋଗ ଆସିଲା ଭଲା.........।।


ପୋଲିସ ବାବୁଙ୍କୁ ରାସ୍ତା ଓ ଘାଟରେ

ଜଗୁଆଳି ବନେଇଲା

ଜନ ସାଧାରଣ ଘରେ ବସିଛନ୍ତି

ପୋଲିସ ବୁଲୁଛି ଖୋଲା 

କି ରୋଗ ଆସିଲା ଭଲା.........।।


ଦୋକାନ ବଜ଼ାର ମସ୍ଜିଦ୍ ମନ୍ଦିର

ସବୁଆଡେ ଏବେ ତାଲା

ଗହଳି କରିବା ବାରଣ ହୋଇଛି

ଚାଲିବା ସର୍ବେ ଏକଲା ।

କି ରୋଗ ଆସିଲା ଭଲା.........।।


ଆମିଷ ଖାଦ୍ୟରେ ସ୍ପୃହା କମିଲାଣି

ବେପାର ଏବେ କମିଲା

ନିରାମିଷ ପାଇଁ ଆଗ୍ରହ ବଢ଼ିଲା

ପରିବା ମହଙ୍ଗା ହେଲା ।

କି ରୋଗ ଆସିଲା ଭଲା.........।।


ଘର ଚୁଡା ମୁଡ଼ି ନିହାତି ଜରୁରୀ

ଫାଆଷ୍ଟ ଫୁଉଡ଼ ହେଲା 

ଠେଲା ପେଲା ଗାଡି ଚୋୖମୁନି ଚିକେନ୍

ବେପାର ମାନ୍ଦା ପଡିଲା 

କି ରୋଗ ଆସିଲା ଭଲା.........।।


ଏକତାକୁ ଭାଙ୍ଗି ଏକା କରିଦେଲା

ସଙ୍ଗରୋଧ ନୀତି ପାଲା

ଏକା ଏକା ଏବେ ଚଳିବାକୁ ହେବ

ମୁହେଁ ଦୁଣ୍ଡି ବାନ୍ଧି ଦେଲା ।

କି ରୋଗ ଆସିଲା ଭଲା.........।।


ଆସିଥିଲେ ଏକା ଚାଲିଯିବା ଏକା

ଚେତନା ବାର୍ତ୍ତା ସେ ଦେଲା

ଅନ୍ୟ ଅଧିକାର ଛିନ୍ନ କରିବାର

ଜେଲ ଦଣ୍ଡ ମିଳିଗଲା ।

କି ରୋଗ ଆସିଲା ଭଲା.........।।


କେତେ ଶକ୍ତିଶାଳୀ ପ୍ରକୃତି ମାତାଟି

କୋରନା ପ୍ରଚାର କଲା

ବିଜ୍ଞାନର ଜ୍ଞାନ ହାର ମଣିଗଲା

ମଥା ପାତି ସହି ନେଲା ।

କି ରୋଗ ଆସିଲା ଭଲା.........।।


କୋରନାର ଏହି ସତର୍କର ବାଣୀ

ଅଗ୍ରୀମ ସୂଚନା ଦେଲା

ପରିବେଶ ନଷ୍ଟ ପ୍ରକୃତି ବିପକ୍ଷେ

କରନାହିଁ ଆଉ ପାଲା ।

କି ରୋଗ ଆସିଲା ଭଲା.........।।



Rate this content
Log in

Similar oriya poem from Abstract